Latest Odisha News

BREAKING NEWS

Students Ill: ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୫୦ରୁ ଉର୍ଧ୍ବ ଛାତ୍ରୀ ଅସୁସ୍ଥ…

କୋରାପୁଟ: ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଖବର ମୁତାବକ, ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟହ୍ନ ଭୋଜନ ରୋଷେଇ ଚାଲିଥିବାବେଳେ, ଝିଟିପିଟି ପଡିଯାଇଥିଲା । ଭାତରେ ଝିଟିପିଟି ପଡ଼ିଥିବା ବିଷାକ୍ତ ଖାଦ୍ୟ ଖାଇ ସ୍କୁଲର ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ମେଡିକାଲ ଟିମର ଚିକିତ୍ସା ଜାରି ରହିଥିବା ବେଳେ, ସମସ୍ତେ ସୁସ୍ଥ ଥିବା ଡାକ୍ତର ନିହାର ରଞ୍ଜନ ଷଡ଼ଙ୍ଗୀ କହିଛନ୍ତି I ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି I

Leave A Reply

Your email address will not be published.