Latest Odisha News

BREAKING NEWS

ପାଣି ଘେରରେ ଯାଜପୁର ଜିଲ୍ଲାର ୫ଟି ବ୍ଲକର ୭୦ରୁ ଅଧିକ ଗାଁ

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଯାଜପୁରର ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା । ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ୫ଟି ବ୍ଲକର ପାଖାପାଖି ୭୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ବନ୍ୟାରେ କୋରେଇ ବ୍ଲକର ବଡ଼ ବିରୁହାଁ, ତଣ୍ଡରା, ଗୋଲେଇପୁର ଆଦି ପଞ୍ଚାୟତର ଅଧିକାଂଶ ଗାଁ ପାଣି ଘେରରେ ଅଛି । ସେହିପରି ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳରେ ଭାଙ୍ଗିଛି ବ୍ରାହ୍ମଣୀ ନଦୀବନ୍ଧ । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତ କନ୍ଧିଆ ନିକଟରେ ବ୍ରାହ୍ମଣୀ ନଦୀର ଘେରିବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଫଳରେ ପାଖାପାଖି ୧୦୦ ପରିବାର ପ୍ରଭାବିତ ହୋଇଛନ୍ତି ।

ଅନ୍ୟପଟେ ବରୀ ବ୍ଲକର ସାହୁପଡ଼ାରେ ୩ଟି ଘାଇ ହେବାରୁ ୩୦୦ରୁ ଅଧିକ ପରିବାର ଜଳବନ୍ଦୀ ଅଛନ୍ତି । ଜିଲ୍ଲା ଓ ବ୍ଲକ ପ୍ରଶାସନ ସଜାଗ ରହିଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜେନାପୁର ଠାରେ ବ୍ରାହ୍ମଣୀ ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବରୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର ବ୍ଲକ ପ୍ରଭାବିତ ହେବା ସହ ଯାଜପୁର ବ୍ଲକର ୮ଟି ପଞ୍ଚାୟତ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.