ଆମେରିକା : ଆମେରିକା ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ପ୍ରାୟ ୬ଟି ଆମେରିକୀୟ ପ୍ରଜାତନ୍ତ୍ରରେ ଘଟିଥିବା ଏହି ଭୟଙ୍କର ଘୂର୍ଣ୍ଣିଝଡ ଜନିତ କ୍ଷୟକ୍ଷତିର ତୁଳନା ନାହିଁ । ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବିଡେନ । ଘଣ୍ଟାପ୍ରତି ୩୫୦ କିଲୋମିଟର ବେଗରେ ପବନ ବହିଥିବା କୁହାଯାଇଛି । ଘୂର୍ଣ୍ଣିଝଡରେ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।
ଘୂର୍ଣ୍ଣିଝଡରେ ହଜାର ହଜାର ଘର ଭାଙ୍ଗିଥିବା ବେଳେ ଧ୍ବଂସସ୍ତୂପ ତଳେ ଅନେକ ଲୋକ ଚାପି ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ଅନେକ ଆହତଙ୍କୁ ଉଦ୍ଧାର କରାଯାଇଛି । କେବଳ କେଣ୍ଟୁକୀରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏକ କ୍ୟାଣ୍ଡଲ ତିଆରି କାରଖାନା ଭୁଶୁଡି ପଡିବାରୁ ସେଠାରେ ମୃତ୍ୟୁସଂଖ୍ୟା ଅଧିକ ହୋଇଛି । ଇଲିଓନିସରେ ଏକ ପଣ୍ୟାଗାର ଭୁଶୁଡି ପଡିବା ଯୋଗୁ ୬ଜଣଙ୍କ ମୃତ୍ୟୁ ହୋଇଛି । କେଣ୍ଟୁକୀ ଗଭର୍ଣ୍ଣର ଆନ୍ଦି ବେଶେର କହିଛନ୍ତି, ଘୂର୍ଣ୍ଣିଝଡରେ ମୃତକଙ୍କ ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି ।
ସ୍ଥିତି ଏପରି ହୋଇଛି ଯେ, କେଣ୍ଟୁକୀ ସହର ଅନ୍ତର୍ଗତ ମେଫିଲ୍ଡରେ କିଛି ବାକି ରହିନାହିଁ । ଯେଉଁମାନେ ବର୍ତ୍ତିଯାଇଛନ୍ତି ତାହା ସେମାନଙ୍କ ଲାଗି ବଡ ସୌଭାଗ୍ୟ ବୋଲି କହିଛନ୍ତି ଗଭର୍ଣ୍ଣର । ପବନର ବେଗ ଏତେ ଅଧିକ ଥିଲା ଯେ ୩୦ ହଜାର ଫୁଟ ଉଚ୍ଚକୁ ବିଭିନ୍ନ ଜିନିଷ ଉଡାଇ ନେଇଥିଲା । କେଣ୍ଟୁକୀ, ଇଲିଓନିସ, ଆର୍କାନାସ, ମିସୋରି, ମିସିସିପ, ଟେନେସ ଆଦି ସହରରେ ଏହି ଘୂର୍ଣ୍ଣିଝଡ ପ୍ରଳୟ ରଚିଛି ।
Comments are closed.