Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ଆଗ୍ନେଲ

ପ୍ୟାରିସ: ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ୟାନିକ ଆଗ୍ନେଲ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି । ୨୦୧୬ରେ ଜଣେ ୧୫ ବର୍ଷୀୟା ନାବାଳିକା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଏବେ ସଂମ୍ପୃକ୍ତ ଘଟଣାରେ ଆଗ୍ନେଲଙ୍କୁ ଗିରଫ କରାଯାଇଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ୨ଟି ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୨୦୧୪ରେ ମେଲହାଉସ ସୁଇମିଂ କ୍ଲବରେ ଯୋଗ ଦେଇଥିଲେ ଏବଂ ୨ ବର୍ଷ ସେଠାରେ ପ୍ରଶିକ୍ଷଣ ନେଇଥିଲେ । ସୂଚନାଯୋଗ୍ୟ, ଏହି ମେଲହାଉସ ନାଁରେ ପୂର୍ବରୁ ଅନେକଥର ଅଭିଯୋଗ ଆସିଛି । ୨୯ ବର୍ଷୀୟ ଆଗ୍ନେଲ ଏ ସମ୍ପର୍କରେ ତାଙ୍କ ମୁହଁ ଖୋଲି ନାହାନ୍ତି ।

Leave A Reply

Your email address will not be published.