Latest Odisha News

BREAKING NEWS

ଓଡ଼ିଶାରେ ଏହି ଦିନରୁ ଆରମ୍ଭ ହେବ SIR: ଭୋଟର ଲିଷ୍ଟରୁ ବାଦ୍‌ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ଭୁବନେଶ୍ୱର: ଓଡ଼ିଶାରେ ମେ’ ୩୦ରୁ ଆରମ୍ଭ ହେବ ଏସ୍‌ଆଇଆର୍‌। ପ୍ରେସମିଟ୍‌ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଇଛନ୍ତି ସୂଚନା। ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ମେ’୨୦ରୁ ୨୯ ଯାଏଁ ଚାଲିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି କହିଲେ ରାଜ୍ୟ ନିର୍ବାଚନ କମିଶନ।

ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ମେ’ ୩୦ରୁ ଘରକୁ ଘର ବୁଲିବେ ବିଏଲ୍‌ଓ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି। ସେଥିମଧ୍ୟରୁ ଭୋଟର ଲିଷ୍ଟରୁ ବାଦ୍‌ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର। ଏସ୍‌ଆଇଆର୍‌ ଶେଷ ହେବା ବେଳେ ୪୫,୨୫୫ ବୁଥ୍‌ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪.୬୧% ମ୍ୟାପିଂ ସରିଛି, ଯେଉଁମାନେ ଭାରତୀୟ ନାଗରିକ ନୁହନ୍ତି, ସେମାନଙ୍କୁ ତୁରନ୍ତ ବାହାର କରାଯିବ ବୋଲି ସିଇଓ କହିଛନ୍ତି।

ଦାବି ଓ ଆପତ୍ତି ଦାଖଲ ସମୟସୀମା ଜୁଲାଇ ୫ରୁ ଅଗଷ୍ଟ ୪ତାରିଖ ଯାଏ ରହିବ । ସେପ୍ଟେମ୍ବର ୯ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ । ରାଜ୍ୟରେ ବର୍ତ୍ତମାନ ୩କୋଟି ୩୪ଲକ୍ଷ ଭୋଟର ଅଛନ୍ତି । ୯୪.୬୧ ମ୍ୟାପିଂ ସରିଛି । ଏସଆଇଆର ଶେଷ ହେବା ବେଳେ ୪୫ହଜାର ୨୫୫ବୁଥ ହେବ। ପ୍ରତି ବୁଥରେ ୧୨୦୦ ଭୋଟର ରହିବେ ।

Leave A Reply

Your email address will not be published.