Latest Odisha News

BREAKING NEWS

ପାକିସ୍ତାନରେ ଭାରତର ମିସାଇଲ ପଡିବା ଘଟଣାରେ ଏକାଧିକ ଆଇଏଏଫ ଅଧିକାରୀ ଦୋଷୀ

ନୂଆଦିଲ୍ଲୀ: ପାକିସ୍ତାନ ସୀମାକୁ ଭୁଲ ବଶତଃ ଭାରତର ମିସାଇଲ ପଡିବା ଘଟଣାର ତଦନ୍ତ ଶେଷ ହୋଇଛି । ଏଥିରେ ଭାରତୀୟ ବାୟୁସେନାର ଏକାଧିକ ଅଧିକାରୀ ଦୋଷୀ ଅଛନ୍ତି ବୋଲି ଭାଇସ ଏୟାର ମାର୍ଶାଲ ଆରକେ ସିହ୍ନା କହିଛନ୍ତି । ପାକିସ୍ତାନ ଏହି ଘଟଣା ନେଇ ଭାରତକୁ ଟାର୍ଗେଟ କରିଥିଲା ଏବଂ ପରୋକ୍ଷରେ ଧମକ ଦେଇଥିଲା । ଭାରତ ଅବଶ୍ୟ ଏ ନେଇ କ୍ଷମା ପ୍ରାର୍ଥନା କରିବା ସହ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏ ପରି ଘଟିଥିଲା ବୋଲି କହିଥିଲା ।

ପରମାଣୁ କ୍ଷମତ ସମ୍ପନ୍ନ ମିସାଇଲ ପଡିବା ଛୋଟ କଥା ନୁହେଁ ପାକିସ୍ତାନ କହିଥିଲା । ତେବେ ଆନ୍ତର୍ଜାତୀୟ ସମୁଦାୟ ନିକଟରେ ପାକିସ୍ତାନ ଅଭିଯୋଗର ବିଶେଷ ପ୍ରଭାବ ପଡି ନ ଥିଲା । ଅବଶ୍ୟ ଏହି ମିସାଇଲ ଯୋଗୁ ଭାଗ୍ୟବଶତଃ କାହାର ଜୀବନ ଯାଇ ନ ଥିଲା । ତଦନ୍ତ ସରିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସିହ୍ନା କହିଛନ୍ତି ।

Leave A Reply

Your email address will not be published.