Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର

ଢେଙ୍କାନାଳ  : ଯନ୍ତ୍ରଣାରେ ଜର୍ଜରିତ ଜୀବନ । କହିବାକୁ ଗଲେ ଜୀବନ ସହ ସଂଘର୍ଷ କରିଚାଲିଛନ୍ତି ଏହି କୋମଳମତି ଶିଶୁ । ଜନ୍ମ କଲା ମାଆ ପର କରିଦେଇଥିବା ବେଳେ ବାପା ଶଯ୍ୟାଶାୟୀ । ଦୁନିଆ କଣ ଜାଣି ନଥିବା ବେଳେ ଜୀବନ କିଭଳି ବଞ୍ଚିିବେ ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ କଙ୍କଡାହାଡ ଗୋପପୁର ଗାଁରେ। ଗାଁର ରସିକ ମୁଣ୍ଡା ରୋଗରେ ପୀଡିତ ଥିବା ବେଳେ ଶଯ୍ୟାରେ ପଡ଼ି ରହିଛନ୍ତି । ପେଟକୁ ମୁଠାଏ ଦାନା ମିଳୁନଥିବା ବେଳେଚିକିତ୍ସା ଯେମିତି ସାତସପନ ପାଲଟିଛି ।

ବାପାଙ୍କର ଏଭଳି ଅବସ୍ଥା ଦେଖି ପିଲାଙ୍କର ପାଠ ପଢାରେ ଡୋରୀ ବନ୍ଧା ହୋଇଯାଇଛି । କୋମଳ ବୟସରେ ପରିବାର ବୋଝ ସାଙ୍ଗକୁ ଚିକିତ୍ସା ଯେମିତି ବୋଝ ଉପରେ ଲଳିତା ବିଡ଼ା ସଦୃଶ । ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାକୁ ସହଯୋଗ କରିବାକୁ ମିଳିଛି ପ୍ରତିଶ୍ରୁତି ।

ଅଭାବ ଅନଟନ ସାଙ୍ଗକୁ ଭୋକ ଉପାସରେ ରହୁଥିବା ଏହି ପରିବାକୁ ସହଯୋଗ ମିଳିପାରିଲେ ପରିବାର ଉପକୃତ ହୋଇପାରିବ। . . .

Leave A Reply

Your email address will not be published.