Latest Odisha News

BREAKING NEWS

ପରିବାରବାଦ ବିରୋଧରେ ଅନଲାଇନରେ ପିଟିଶନ: ୩୨ ଘଂଟାରେ ୧୩ ଲକ୍ଷ ଲୋକ ସାଇନ କଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଭାରତୀୟ ଫିଲ୍ମ ପ୍ରଶଂସକଙ୍କୁ ଚିନ୍ତା କରିବା ପାଇଁ ସୁଯୋଗ ଦେଇଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଜୟଶ୍ରୀ ଶର୍ମା ଶ୍ରୀକାନ୍ତ ପରିବାରବାଦକୁ ବହିଷ୍କାର କରିବା ପାଇଁ ଅନଲାଇନ ପିଟିଶନ ଆରମ୍ଭ କରିଥିଲେ । ୩୨ ଘଂଟା ମଧ୍ୟରେ ୧୩ ଲକ୍ଷ ଲୋକ ଏଥିରେ ଯୋଡି ହୋଇ ସାରିଲେଣି । ଜୟଶ୍ରୀ କରନ ଜୋହର, ୟଶରାଜ ଫିଲ୍ମ ଓ ସଲମାନ ଖାଁଙ୍କୁ ବହିଷ୍କାର କରିବା ପାଇଁ ଅନୁରୋଧ କରିଛନ୍ତି ।

ଫେସବୁକ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଜୟଶ୍ରୀ ବଲିଉଡର କୋରିଓଗ୍ରାଫର, କଳାକାର, ନିର୍ଦ୍ଦେଶକ ଓ ରେଡିଓ ଜକି ରହି ସାରିଛନ୍ତି । ସେ ଏବେ ଆମେରିକାର ପ୍ରିଂସଟନରେ ରହୁଛନ୍ତି । ଏପରି କି ସେ ଆମାଜନ ପ୍ରାଇମ, ହଟଷ୍ଟାର ଓ ନେଟଫ୍ଲିକ୍ସକୁ ଏହି ପିଟିସନ ଜରିଆରେ ଉପରୋକ୍ତ ମିଡିଆ ହାଉସର ଫିଲ୍ମ ପ୍ରମୋଶନ ବନ୍ଦ କରିବା ପାଇଁ କହିଛନ୍ତି । ସମୟ ବଦଳିବ । ପରିବାରବାଦ ଶେଷ ହେବ ଏବଂ ପ୍ରକୃତ କଳାକାର ତାର କଳା ପ୍ରଦର୍ଶନର ସୁଯୋଗ ପାଇବା ପାଇଁ ଆମକୁ ଲଢ଼ିବାକୁ ପଡିବ ବୋଲି ଜୟଶ୍ରୀ କହିଛନ୍ତି ।

Comments are closed.