Latest Odisha News

BREAKING NEWS

ଭୁବନେଶ୍ୱରରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଥରେ କରୋନା ତାର କାୟା ମେଲାଇବାରେ ଲାଗିଛି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୫ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଭୁବନେଶ୍ୱରର ୧୭ ପଜିଟିଭ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଂଟିନ ସେଂଟରର ହୋଇଥିବା ବେଳେ ୩ ଟି ଲୋକାଲ କେସ୍ ରହିଛି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା ସମ୍ପୃକ୍ତ ବୃକ୍ତିଙ୍କ ମଧ୍ୟରେ ୭ ଜଣ ରେଲୱେ ଅଧିକାରୀ ଅଛନ୍ତି । ଏମାନେ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେହିପରି ଏୟାରପୋର୍ଟ ଭୀମପୁରରୁ ଜଣେ ୩୪ ବର୍ଷୀୟ ପୁରୁଷ ଓ ୬୨ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନେ ଗୋଟିଏ ପରିବାର । ଏଦୁଇ ଜଣ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଭୀମପୁୁରରୁ ଆଉ ଜଣେ ୬୪ ବର୍ଷୀୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି, ସେ ଦିଲ୍ଲୀ ଫେରନ୍ତା । ସେହିପରି ଡୁମଡୁମା ଏଚ୍‌ବି କଲୋନୀର ଜଣେ ୨୫ ବର୍ଷୀୟ ଯୁବକ, ଯିଏକି ନିକଟରେ ଦିଲ୍ଲୀରୁ ଫେରିଥିଲେ ସେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ନୟାପଲ୍ଲୀ ସବରସାହିର ୨୦ ବର୍ଷୀୟ ଯୁବତୀ ଓ ୧୫ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି । ଏ ଦୁଇ ଜଣ ଗୋଟିଏ ପରିବାରର । ଏମାନେ ମଧ୍ୟ ଦିଲ୍ଲୀ ଫେରନ୍ତା । ସେହିପରି ଅନ୍ୟ ଜିଲ୍ଲାରୁ ଆସି ଭୁବନେଶ୍ୱରରେ ପେଡ୍ କ୍ୟାରେଂଟିନ୍‌ରେ ଥିବା ଜଣେ ୨୪ ବର୍ଷୀୟ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଲୋକାଲ କେସ୍ ମଧ୍ୟରେ ନହରକଂଟା , ପୁରୀ କେନାଳ ରୋଡ୍ ନିକଟର ଜଣେ ୨୭ ବର୍ଷୀୟ ଯୁବକ, ଭୁବନେଶ୍ୱରର ଜଣେ ୩୨ ବର୍ଷୀୟ (ପୁରୁଷ) ସେଂଟ୍ରାଲ ହସ୍ପିଟାଲ କର୍ମଚାରୀ, ଏବଂ ଜୟଦେବ ବିହାରର ସାରନପଲ୍ଲୀରୁ ଜଣେ ୩୭ ବର୍ଷୀୟ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଂଚିଛି । ସେଥିମଧ୍ୟରୁ ୬୪ଟି ଆକ୍ଟିଭ କେସ ରହିଥିବା ବେଳେ ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.