Latest Odisha News

BREAKING NEWS

ରୁଷ ବିପକ୍ଷ ଲଢ଼େଇରେ ୟୁକ୍ରେନ ହରାଇଲାଣି ୫୦ରୁ ଊର୍ଦ୍ଧ୍ୱ ଆଥଲେଟ

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ୩ ମାସରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ରୁଷ କବଳରୁ ନିଜ ମାତୃଭୂମିକୁ ବଂଚାଇବା ପାଇଁ ୟୁକ୍ରେନବାସୀ ସଂଘର୍ଷ ଜାରୀ ରଖିଛନ୍ତି । ଏହି ଲଢ଼େଇରେ ସେନା ବ୍ୟତୀତ ସାଧାରଣ ନାଗରିକମାନେ ମୁକାବିଲା ଜାରୀ ରଖିଛନ୍ତି । ୟୁକ୍ରେନର କ୍ରୀଡା ମନ୍ତ୍ରୀ ୱାଦିମ ଗୁଟଜିତୋଙ୍କ ମତରେ ଦେଶର ୫୦ରୁ ଊର୍ଦ୍ଧ୍ୱ ଆଥଲେଟ ଏଥିରେ ପ୍ରାଣ ହରାଇଛନ୍ତି । ଏହା ସତ୍ୱେ ଅନ୍ୟମାନଙ୍କ ମନୋବଳ ଭାଙ୍ଗି ନାହିଁ । ଏବେ ବି ଅନେକ ଆଥଲେଟ ସେନା ସହ ମିଶି ଯୁଦ୍ଧ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ଆନ୍ତର୍ଜାତୀୟ ମୁକାବିଲା ପାଇଁ ମଧ୍ୟ ଅଭ୍ୟାସ ଜାରୀ ରଖିଛନ୍ତି ।

ଫେବୃୟାରୀ ୨୪ରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ । ଏହି ଯୁଦ୍ଧର ସମାପ୍ତି ଘଟୁ ନ ଥିବାରୁ ବିଶ୍ୱଯୁଦ୍ଧ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି । ରୁଷ ସହଜରେ ଏହି ଯୁଦ୍ଧ ଜିତିନେବ ବୋଲି ଭାବିଥିଲେ ୟୁକ୍ରେନ ୟୁରୋପୀୟ ଦେଶଙ୍କ ସହୟତାରେ କଡା ଟକ୍କର ଦେବାରେ ଲାଗିଛି ।

Comments are closed.