Latest Odisha News

BREAKING NEWS

ବଢୁଛି ରାଜ୍‌ଙ୍କ ଅଡୁଆ; ମୁହଁ ଖୋଲିବେ କମ୍ପାନୀର କର୍ମଚାରୀ

ମୁମ୍ବାଇ: ବଢିପାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ। କାରଣ ତାଙ୍କ କମ୍ପାନୀର ୪ଜଣ କର୍ମଚାରୀଙ୍କ ନାଁ ଅଶ୍ଳୀଳ ଭିଡିଓ ମାମଲାରେ ପ୍ରମୁଖ ସାକ୍ଷୀ ଭାବରେ ସାମ୍‌ନାକୁ ଆସିଛି। ଜୁଲାଇ ୧୯ରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରିଥିଲା।

ଏହି ୪ଜଣ କର୍ମଚାରୀ ଏହି ମାମଲାର ମୁଖ୍ୟ ବୋଲି କ୍ରାଇମ ବ୍ରାଞ୍ଚ ସୂତ୍ରରୁ ପ୍ରକାଶ। ରାଜ କୁନ୍ଦ୍ରା ଏବଂ ଅନ୍ୟମାନେ ଯଥେଷ୍ଟ ସହଯୋଗ କରୁ ନ ଥିବାରୁ କମ୍ପାନୀର ୪ ଜଣ କର୍ମଚାରୀ ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ବାହାର କରିବାରେ ଗୁରୁତ୍ୱପୂର୍ଣ୍ଣ ହେବେ।

କ୍ରାଇମ ବ୍ରାଞ୍ଚ ଚାରିଜଣ କର୍ମଚାରୀଙ୍କଠାରୁ ସମ୍ପୃକ୍ତ ମାମଲାର ଅଧିକ ବିବରଣୀ ପାଇବାର ସମ୍ଭାବନା ରହିଛି।ଚାରିଜଣ ସାକ୍ଷୀଙ୍କ ବୟାନ ଖୁବ ଶୀଘ୍ର ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ ହେବାର ସମ୍ଭାବନା ରହିଛି।

ଶନିବାର ଦିନ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଆନ୍ଧେରି ୱେଷ୍ଟର ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଆଉ ଏକ ସର୍ଚ୍ଚ ଅପରେସନ କରିଥିଲା।

Comments are closed.