Latest Odisha News

BREAKING NEWS

ୟୁକ୍ରେନରେ ମୃତ ମେଡିକାଲ ଛାତ୍ର ନବୀନଙ୍କ ମୃତଦେହ ବେଙ୍ଗାଲୁରୁରେ ପହଞ୍ଚିଲା

ମାର୍ଚ୍ଚ ୧ ତାରିଖରେ ରୁଷ୍ ସେନା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ନବୀନ

ବେଙ୍ଗାଳୁରୁ: ୟୁକ୍ରେନ୍ ଖାରକିଭରେ ରୁଷ ସେନାର ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଜ୍ଞାନଗୌଦରଙ୍କ ମୃତଦେହ ବେଙ୍ଗାଳୁରୁରେ ପହଞ୍ଚିଛି । ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୦ ଦିନ ପରେ ମରଶରୀର ଭାରତରେ ପହଞ୍ଚିଛି ।

ବେଙ୍ଗାଳୁରୁ ବିମାନବନ୍ଦରରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ନବୀନଙ୍କ ପରିବାର ଓ ଆତ୍ମୀୟ ତାଙ୍କର ଶେଷ ଦର୍ଶନ କରିଥିଲେ । ଏତିକିବେଳେ କାନ୍ଦ ବୋବାଳିରେ ପରିବେଶ ଫାଟି ପଡ଼ିଥିଲା ।

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବି ଏୟାରପୋର୍ଟ ପରିସରରେ ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ର ସରକାରଙ୍କ ସହଯୋଗରେ ମରଶରୀର ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତ ଅଣାଯାଇ ପାରିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

୨୧ ବର୍ଷୀୟ ନବୀନଙ୍କ ଘର କର୍ଣ୍ଣାଟକ ହାଭେରି ଜିଲ୍ଲାରେ । ସେ ଖାରକିଭ୍ ନ୍ୟାସନାଲ୍ ମେଡିକାଲ୍ ୟୁନିଭର୍ସିଟିରେ ପଢୁଥିଲେ । ଗତ ୧ ତାରିଖରେ ଖାଇବା କିଣିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ରୁଷ ସେନାର ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.