Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ ସର୍ବଧିକ ଦୁର୍ଘଟଣା; ଗଜପତିରେ ସବୁଠୁ କମ

ଭୁବନେଶ୍ବର : ୨୦୨୧ରେ ଓଡିଶାରେ ୧୦୯୮୩ଟି ଦୁର୍ଘଟଣାରେ ୫୦୮୧ ଜଣ ମୃତ୍ୟୁବରଣ କରିଛନ୍ତି । ୯୭୮୨ ଜଣ ଆହତ ହୋଇଥିଲେ। ସେହିଭଳି ୨୦୨୨ରେ ୧୧୬୬୩ଟି ଦୁର୍ଘଟଣା ଘଟିଛି । ୫୪୬୭ ଜଣ ପ୍ରାଣ ହରାଇଥିବା ବେଳେ ୧୦୩୦୨ ଜଣ ଆହାତ ହୋଇଛନ୍ତି । ଗତବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବଧିକ ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି। ଲୋକସେବା ଭବନରେ ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା ଏହି ସୂଚନା ଦେଇଛନ୍ତି ।

ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ସଚିବ ସଞ୍ଜୟ ମିତ୍ତଲଙ୍କ ନେତୃତ୍ବରେ ଏକ ଟିମ୍ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଗୁରୁବାର ଲୋକସେବା ଭବନରେ ଏକ ବୈଠକର ଆୟୋଜନ ହୋଇଥିଲା । ରାଜ୍ୟ ସରକାର ସଡ଼କ ସୁରକ୍ଷା ନେଇ କି କି ପଦକ୍ଷେପ ନେଇଛନ୍ତି ତାହାର ସବିଶେଷ ସୂଚନା ଦେଇଥିଲେ।
ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ବ୍ୟବସ୍ଥାକୁ ସମୀକ୍ଷ କରିବା ପରେ ରାଜ୍ୟକୁ ୬୭% ମିଳିଛି । ତେଣୁ ସଡ଼କ ସୁରକ୍ଷା ଦିଗରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବାକୁ ‌ହେବବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।
ସେହିପରି ରାଜପଥକୁ ସଂଲଗ୍ନ କରୁଥିବା ରାସ୍ତାରେ ସ୍ପିଡବ୍ରେକର ଲଗାଇବା, ଯାନବାହାନ ଯାଞ୍ଚ ଏବଂ ନିଶା ସେବନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ସଚିବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର ପ୍ରଥମ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନକୁ ବ୍ୟାପକ କରିବା ସହ ଟ୍ରମା କେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.