Latest Odisha News

BREAKING NEWS

ଟି୨୦ରେ ଭାରତ ପକ୍ଷରୁ ସର୍ବାଧିକ କ୍ୟାଚରେ କୋହଲିଙ୍କ ରେକର୍ଡ

ବାଙ୍ଗାଲୋର: ବିରାଟ କୋହଲି ଚଳିତ ଆଇପିଏଲରେ ସୋମବାର ପଞ୍ଜାବ କିଙ୍ଗସ ବିପକ୍ଷରେ ୨ଟି କ୍ୟାଚ ନେଇଛନ୍ତି । ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଏହି ମହାନ ଖେଳାଳି ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ ନେବାରେ ରେକର୍ଡ କରିଛନ୍ତି । କୋହଲି ଓଭରାଲ ୧୭୪ କ୍ୟାଚ ନେଇ ଶୀର୍ଷରେ ରହିଥିବା ବେଳେ ସୁରେଶ ରାଇନା (୧୭୨) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କୋହଲି ୫୨ କ୍ୟାଚ ଭାରତ ପକ୍ଷରୁ ଏବଂ ଆଇପିଏଲରେ ୧୦୮ କ୍ୟାଚ ନେଇଛନ୍ତି । ଅନ୍ୟ ଟି୨୦ ମୁକାବିଲାରେ ୧୪ କ୍ୟାଚ ଧରିଛନ୍ତି ।

୧୬୭ କ୍ୟାଚ ସହ ରୋହିତ ଶର୍ମା ତୃତୀୟ ଓ ୧୪୬ ସହ ମନୀଷ ପାଣ୍ଡେ ଚତୁର୍ଥ ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ ୧୩୬ କ୍ୟାଚ ନେଇ ୫ମ ସ୍ଥାନରେ ରହିଛନ୍ତି । ସୋମବାର ମୁକାବିଲାରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁର ସମ୍ମୁଖରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.