Latest Odisha News

BREAKING NEWS

ସବୁଠୁ ଦାମୀ ବେଲ୍ଟ : ଯାହାର ମୂଲ୍ୟ ୧୧୫୦ ଡଲାର …

ନୂଆଦିଲ୍ଲୀ : ଦୁନିଆରେ ଅନେକ ଦାମୀ ଜିନିଷ ରହିଛି  । ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । କିଣିବା ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପଡିବ  । କିନ୍ତୁ କିଛି ଲୋକଙ୍କର  ବ୍ରାଣ୍ଡେଡ୍ ଜିନିଷ ପିନ୍ଧିବାର ସୌକ୍ ରହିଥାଏ  । ଆସନ୍ତୁ ଜାଣିବା ସେମିତି କିଛି ଜିନିଷ ସମ୍ପର୍କରେ । ସାଧାରଣତଃ ପୁରୁଷ ମାନେ ବେଲ୍ଟ ବ୍ୟବହାର କରନ୍ତି  । ବେଲ୍ଟ ସାଧାରଣତଃ ୧୦୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ  ।

କିନ୍ତୁ ଦୁନିଆରେ ଏମିତି କିଛି ବେଲ୍ଟ ରହିଛି , ଯାହାର ମୂଲ୍ୟ ୧୧୫୦ ଡଲାର  । ଯାହା ଭାରତୀୟ ମୁଦ୍ରାରେ ୯୫ ହଜାର  । ଏହି ବେଲ୍ଟ କୁମ୍ଭୀର ଚର୍ମରୁ ତିଆରି । ଏଥିରେ ପ୍ରିମିୟମ୍ ସାମଗ୍ରୀ ଏବଂ ରତ୍ନ ବ୍ୟବହାର କରାଯାଇଛି । ଏହା ବିଲିୟନେୟାର କାଉଚର୍ ର ସବୁଠାରୁ ମହଙ୍ଗା ଆଇଟମ୍ । ଏହା ପାରମ୍ପାରିକ ଇଟାଲୀୟ ଢ଼ାଞ୍ଚାରେ ତିଆରି କରାଯାଇଥାଏ  । ଆଉ କିଛି ବେଲ୍ଟର ବକଳ ୧୮ କ୍ୟାରେଟ ସୁନାରେ ନିର୍ମିତ ହୋଇଥାଏ  ।  ଯେଉଁଥିରେ ହୀରା ମଧ୍ୟ ଲାଗିଥାଏ  ।

Comments are closed.