Latest Odisha News

BREAKING NEWS

ଧବଳେଶ୍ୱର ମନ୍ଦିରରେ ତାଲା, ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଛନ୍ତି ଭକ୍ତ

ଆଠଗଡ: ବଡ଼ଓଷା ପୂର୍ବରୁ ଆଠଗଡ଼ ଧବଳେଶ୍ବର ମନ୍ଦିରରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ଉପୁଜିଲା ବିବାଦ । ମନ୍ଦିରରେ ତାଲା ପକାଇ ଧାରଣାରେ ବସିଲେ ପୂଜକ । ସେପଟେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଭକ୍ତ ।

ସୂଚନା ଅନୁସାରେ, ପବିତ୍ର କାର୍ତ୍ତିକ ମାସରେ ବାବା ଧବଳେଶ୍ୱରଙ୍କ ଦର୍ଶନ ଲାଗି ଅନେକ ସ୍ଥାନରୁ ଅନେକ ଲୋକ ଧବଳେଶ୍ଵର ପୀଠରେ ପହଞ୍ଚିଥାନ୍ତି । ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ମନ୍ଦିର ଭିତରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପୂଜକ ଅସନ୍ତୁଷ୍ଟ ଥିବାରୁ ଉଭୟ ପୂଜକ ଓ ପ୍ରଶାସନ ମଧ୍ୟରେ କଥା କଟାକଟି ହୋଇଥିଲେ । ଫଳରେ ମନ୍ଦିରରେ ତାଲା ପକାଇ ଧାରଣାରେ ବସିଛନ୍ତି ପୂଜକ । ସେପଟେ ଦର୍ଶନ ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଭକ୍ତ ।

ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର ।  ରାତି ୩ଟାରୁ ବାବାଙ୍କର ପହଡ ଖୋଲାଯାଇଥିଲା ।  ପରେ ୧୦୮  ଗରା ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ , ମଇଲମ, ବାଳଭୋଗ ଆଦି କରାଯାଇଥିଲା । ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ଛଡାଯାଇଥିଲା । ଆସନ୍ତାକାଲି ବାବାଙ୍କର ବଡ଼ ଓଷା ପାଳନ ହେବ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.