Latest Odisha News

BREAKING NEWS

୨୦୨୦ରୁ୨୨ ମଧ୍ୟରେ ଖରାପ ଫର୍ମ ସତ୍ୱେ ଅନ୍ୟମାନଙ୍କଠାରୁ କୋହଲି ଏବେ ବି ଆଗରେ

ପୁରୀ: ବିରାଟ କୋହଲିଙ୍କ ଫର୍ମ ଏବଂ ଶତକକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । କେତେକ କ୍ରିକେଟ ଜ୍ଞାନୀ ତାଙ୍କୁ ଦଳରୁ ବାହାର କରିବା ପାଇଁ ଦାବୀ କରିଛନ୍ତି । ତେବେ ପ୍ରମୁଖ କଥା ହେଲା କୋହଲି ଏତେ ଭଲ ଖେଳିଛନ୍ତି ଯେ, ତାଙ୍କ ସାଧାରଣ ଖେଳକୁ ଅନ୍ୟମାନେ ଖରାପ ଭାବେ ବିବେଚନା କରିଛନ୍ତି । ୨୦୨୦ ପରଠାରୁ ୨୦୨୨ ପର୍ଯ୍ୟନ୍ତ ୩ଟି ଯାକ ଫର୍ମାଟରେ ଯଦି କୋହଲିଙ୍କ ପ୍ରଦର୍ଶନ ବିଚାରକୁ ନିଆଯାଏ ତାହାହେଲେ ସେ ହୁଏତ ବିଶ୍ୱ କ୍ରିକେଟରେ ୭ମ ସ୍ଥାନକୁ ଖସି ଆସିଛନ୍ତି ମାତ୍ର ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି । ଟି୨୦ରେ ଏହି ସମୟ ମଧ୍ୟରେ ସେ ୬୬୩, ଦିନିକିଆରେ ୭୦୨ ଓ ଟେଷ୍ଟରେ ୭୬୭ ରନ କରିଛନ୍ତି । ଓଭରାଲ ସେ ୩୫ ଆଭରେଜରେ ୨୨୩୭ ରନ କରିଛନ୍ତି । ରୋହିତ ଶର୍ମା ଏହି ସମୟ ମଧ୍ୟରେ ୨୦୩୯ରନ ଓ ରିଷଭ ପନ୍ତ ୨୨୧୩ ରନ କରିଛନ୍ତି । ଜବରଦସ୍ତ ଫର୍ମରେ ଥିବା ପାକିସ୍ତାନର ବାବର ଆଜମ ସେ ୩୫୦୮ ରନ ସହ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ତାଙ୍କ ପଛକୁ ରହିଛନ୍ତି ଜୋ ରୁଟ(୩୩୫୨), ଲିଟନ ଦାସ(୨୭୫୪), ମହମ୍ମଦ ରିଜୱାନ(୨୬୫୬), ଜନୀ ବେୟାରଷ୍ଟୋ(୨୬୦୯), ରେସ ୱାନ ଡେର ଡୁସେନ(୨୨୪୪), ବିରାଟ କୋହଲି(୨୨୩୭), କ୍ୱିଂଟନ ଡିକକ(୨୨୧୩), ରିଷଭ ପନ୍ତ (୨୦୯୭), ରୋହିତ ଶର୍ମା(୨୦୩୯) ।

ସୂଚନାଯୋଗ୍ୟ, ଆନ୍ତର୍ଜାତୀୟ କ୍ରିକେଟରେ କୋହଲି ୭୧ ଶତକ ହାସଲ କରି ସାରିଛନ୍ତି । କେବଳ ରିକି ପଂଟି ଏବଂ ସଚିନ ତେନ୍ଦୁଲକର ତାଙ୍କଠାରୁ ଆଗରେ ରହିଛନ୍ତି । ଯେଉଁ ଖେଳାଳି ଦୀର୍ଘ ଦିନ ଧରି ଭାରତ ପାଇଁ ଭଲ ପ୍ରଦର୍ଶନ କରି ଆସୁଥିଲେ ସାମାନ୍ୟ ଖରାପ ଫର୍ମ ପାଇଁ ଏତେ ମାତ୍ର ବ୍ୟତୀବ୍ୟସ୍ତ ହେବା ଉଚିତ ନୁହେଁ ବୋଲି କ୍ରିକେଟ ସମୀକ୍ଷକ ମାନେ କହିଛନ୍ତି । କୋହଲିଙ୍କ ଉପସ୍ଥିତି ସର୍ବଦା ବିପକ୍ଷ ଟିମ ଉପରେ ମାନସିକ ଚାପ ପକାଇଥାଏ । ଆଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଥିବାରୁ କୋହଲିଙ୍କୁ ସମର୍ଥନର ଆବଶ୍ୟକତା ରହିଛି ।

Comments are closed.