ମୁମ୍ବାଇ: ଇଂଟରନେଟ ମୁଭି ଡେଟାବେସ (ଆଇଏମଡିବି) ୨୫ ବର୍ଷର ଭାରତୀୟ ସିନେମାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ୧୦ ବର୍ଷ ମଧ୍ୟରେ ଭାରତର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଅଭିନେତ୍ରୀ ଶାହାରୁଖ ଖାଁ, ସଲମାନ ଖାଁ ଓ ଅମୀର ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ହୀରୋଇନ ହେଲେ ଦୀପିକା ପାଦୁକୋନ । ଜାନୁୟାରୀ ୨୦୧୪ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ସେ ଭାରତର ଲୋକପ୍ରିୟ କଳାକାର ହୋଇଛନ୍ତି । ଏହି ତାଲିକାରେ ଦୀପିକାଙ୍କ ପଛକୁ ଶାହାରୁଖ ଖାଁ ରହିଛନ୍ତି । ସେହିପରି ଐଶ୍ଚର୍ଯ୍ୟ ରାୟ, ଆଲିୟା ଭଟ୍ଟ, ଇରଫାନ ପଠାନ, ଅମୀର ଖାଁ, ସୁଶାନ୍ତ ସିଂ ରାଜପୁତ, ସଲମାନ ଖାଁ, ହ୍ରିତିକ ରୋଶନ ଓ ଅକ୍ଷୟ କୁମାର ତୃତୀୟରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି ।
୨୦୦୦ରୁ ୨୦୨୫ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ସୈୟାରା ପ୍ରଥମ ସ୍ଥାନରେ ରହିଛି । ଭିକ୍କି କୌଶଲଙ୍କ ଛାବା ଓ ମହାବତାର ନରସିହ୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି । ଶାହାରୁଖ ଖାଁ ୨୫ ବର୍ଷ ମଧ୍ୟରେ ସବୁଠାରୁ ଚର୍ଚ୍ଚିିତ କଳାକାର ହୋଇଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ୨୦ ଫିଲ୍ମ ଶୀର୍ଷରେ ରହିଥିଲା । ଶାହାରୁଖ ବକ୍ସ ଅଫିସ ବାଦଶାହ ହୋଇଥିବା ବେଳେ ଅମୀର ଖାଁ ଗ୍ଲୋବାଲ ଅପିଲରେ ଆଗରେ ରହିଛନ୍ତି ।
Comments are closed.