Latest Odisha News

BREAKING NEWS

୧୫ ମାସର ପୁଅ ପାଇଁ ବାଘ ସହ ଲଢିଗଲା ମାଆ

ଉମରିୟା: ମାଆଠାରୁ ବଳି ସାହାସୀ କିଏ ଆଉ ଅଛି । ତାର ଶିଶୁ ଉପରେ ଯିଏ ଆଖି ପକାଇବ ସେ ସାମ୍ନା କରିପାରିବ ତ ? ମଧ୍ୟପ୍ରଦେଶର ଉମାରିଆ ଜିଲ୍ଳାରେ ଏ ଭଳି ଏକ ଘଟଣା ଘଟିଛ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବାଧବଗଢ଼ ଟାଇଗର ରିଜର୍ଭ ଅଂଚଳକୁ ଲାଗି କରି ଏକ ଗ୍ରାମ ଅଛି ଯାହାର ନାମ ରୋହନିୟା ଜ୍ୱାଳାମୁଖୀ । ରବିବାର ଏକ ବାଘ ଗ୍ରାମ ମଧ୍ୟକୁ ପ୍ରବେଶ କରି ୧୫ ମାସର ଶିଶୁ ରାଜବୀରକୁ ପାଟିରେ ଧରି ନେଇ ପଳାଉଥିଲା । ଏହା ଦେଖି ରାଜବୀରର ମାଆ ଅର୍ଚ୍ଚନା ବାଘ ସାମ୍ନାକୁ ଆସି ମୁକାବିଲା କରିଥିଲା । ଦୀର୍ଘ ସମୟ ସଂଘର୍ଷ କରିବା ପରେ ବାଘ କବଳରୁ ରକ୍ଷା କରିବାରେ ଅର୍ଚ୍ଚନା ସଫଳ ହୋଇଥିଲେ । ସେ ସମୟରେ ତାଙ୍କ ପତି ଭୋଳା ପ୍ରସାଦ ଘରେ ନ ଥିଲେ । ତେବେ ରାଜବୀରକୁ ରକ୍ଷା କରିବାକୁ ଯାଇ ଅର୍ଚ୍ଚନା ନିଜେ ରକ୍ତାକ୍ତ ହୋଇ ପଡିଥିଲେ ।

ବାଘ ତାଙ୍କ ଶରୀରର ଅନେକ ସ୍ଥାନରେ ନଖ ଏବଂ ଦାନ୍ତରେ ଆକ୍ରମଣ କରିଥିଲା । ତେବେ ଏ ସବୁ ସତ୍ୱେ ମାର ମମତା ଆଗରେ ବାଘ ପରି ଜନ୍ତୁର ବଳ ବି କାମରେ ଲାଗି ନ ଥିଲା । ଶେଷରେ ପିଲାଟିକୁ ପକେଇଦେଇ ବାଘଟି ପଳାଇ ଯାଇଥିଲା । ଗ୍ରାମବାସୀ ଖବର ପାଇବା ପରେ ଅର୍ଚ୍ଚନା ଏବଂ ରାଜବୀରଙ୍କୁ ସ୍ଥାନୀୟ ଡାକ୍ତରଖାନକୁ ନେଇ ଯାଇଥିଲେ । ସେଠାରେ ଉଭୟ ବିପଦମୁକ୍ତ ବୋଲି ଜଣାପଡିଛନ୍ତି । ଘଟଣାଟି ମଧ୍ୟପ୍ରଦେଶରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.