Latest Odisha News

BREAKING NEWS

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ପୁରୀର ଈଶ୍ୱର ଚନ୍ଦ୍ର

ନୂଆଦିଲ୍ଲୀ: ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁ ଦିବସରେ ଦିଲ୍ଲୀରେ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଈଶ୍ୱରଙ୍କ ସହ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିଛନ୍ତି । ନିମାପଡ଼ା ବ୍ଲକ କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କା ପାଇଥିବା ବେଳେ ଗର୍ବ ଅନୁଭବ କରୁଛନ୍ତି ବିଦ୍ୟାଳୟର ଶିକ୍ଷକଙ୍କ ଠାରୁ ନେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।

ଶିକ୍ଷକତା ବୃତ୍ତିକୁ ଆପଣାଇଥିବା ଈଶ୍ୱର ଜଣେ ଭଲ ଲେଖକ ମଧ୍ୟ । ସେ ପ୍ରାୟ ୧୮ଟି ପୁସ୍ତକ ଓ ଉପନ୍ୟାସ ଲେଖିଛନ୍ତି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡ ଲୁମ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ୍ ପରେ ଚାକିରି ଆରମ୍ଭ କରିଥିଲେ ଈଶ୍ୱର । ହେଲେ ମୋଟା ଅଙ୍କର ଦରମା ସତ୍ତ୍ୱେ ସେ ଚାକିରିକୁ ନେଇ ସନ୍ତୁଷ୍ଟ ନଥିଲେ ।

୨୦୦୧ ମସିହାରେ ମାତ୍ର ୧୫୦୦ ଟଙ୍କାରେ ଆରମ୍ଭ କରିଥିଲେ ଶିକ୍ଷକତା । ଶିକ୍ଷାର ପୂଜାରୀ ଈଶ୍ୱରଙ୍କ ଲିଖିତ ପୁସ୍ତକ ‘ଅଳିଆ ରୁ ଅ ଆ’ ମଧ୍ୟ ଜାତୀୟ ସ୍ତରରେ ଆଦୃତି ପାଇଛି । ପୂର୍ବରୁ ଅନେକ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଛନ୍ତି ଈଶ୍ୱର । ଶିକ୍ଷକତା ସହ ଗାଁର ପିଲାଙ୍କୁ ସେ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.