Latest Odisha News

BREAKING NEWS

ପୁଅର ମାଡ଼ରେ ମା’ ମୃତ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼: ହେମଗିରି ଥାନା ବନ୍ଧପାଲି ଗ୍ରାମରେ ଅଭାବନୀୟ ଘଟଣା । ମାତ୍ର କିଛି ଟଙ୍କା ପାଇଁ ପୁଅ ସାଜିଲା ହତ୍ୟାକାରୀ । ପୁଅ ବଳିନ୍ଦ୍ର ଧରୁଆ ମା’ଙ୍କୁ ଟଙ୍କା ମାଗିଥିଲା । ମା’ ଟଙ୍କା ନଦେବାରୁ ପୁଅ ଚାପୁଡ଼ା ମାରିଥିଲା ମା’ କୁ ।

ଗୁରୁତର ଅବସ୍ଥାରେ ମା’ କୁ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅ ବଳିନ୍ଦ୍ର ମୃତ ମା’କୁ ମେଡିକାଲରେ ଛାଡି ଫେରାର ମାରିଥିଲା । ଘଟଣାସ୍ଥଳରେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି ପୋଲିସ ।

ପରେ ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଛି ।

Comments are closed.