କେନ୍ଦୁଝର : ପ୍ରସବ ଯନ୍ତ୍ରଣା ଭୋଗୁଥିବା ମାଈ ହାତୀର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ୧୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ପ୍ରସବ ବେଦନା ଯୋଗୁଁ ଜଙ୍ଗଲରେ ଘୁରି ବୁଲୁଥିଲା । ଗତକାଲି ଏହି ହାତୀକୁ ଅଚେତ୍ କରି ଭୁବନେଶ୍ବରରୁ ଯାଇଥିବା ବିଶେଷଜ୍ଞ ଦଳ ଅପରେସନ କରିଥିଲେ । ପରେ ଏକ ମୃତ ଛୁଆ ଜନ୍ମ ହୋଇଥିଲା । କିନ୍ତୁ ଏହା ପରେ ମାଈ ହାତୀଟି ଅସୁସ୍ଥ ହୋଇ ପଡ଼ିଥିଲା । ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ହାତୀଟି ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଡିଏଫଓ ଡି.ଡି ହନୁମତ, ଚମ୍ପୁଆ ରେଞ୍ଜର ସଂଜୀବ ରାଉତ ଉପସ୍ଥିତ ରହି ସ୍ଥିତି ଅନୁଧାନ କରିଛନ୍ତି । ମା’ ହାତୀର ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି । ଠିକ୍ ସମୟରେ ହାତୀର ପ୍ରସବ କରାନଯିବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ୍ୟୁ ପରେ ହାତୀଟିକୁ ପୋତି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରେଞ୍ଜ ଅଧିକାରୀ ସଂଜୀବ ରାଉତ ।
BREAKING NEWS
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
Comments are closed.