Latest Odisha News

BREAKING NEWS

ଝିଅର ପୂର୍ବତନ ପ୍ରେମିକ ପ୍ରେମରେ ପାଗଳ ମାଆ

ଝିଅର ପୂର୍ବତନ ପ୍ରେମିକ ପ୍ରେମରେ ପାଗଳ ମାଆ । ଏହା ପଢ଼ିବାରେ ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ହେଲେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଜ ଝିଅର ପ୍ରେମିକଙ୍କୁ ଭଲ ପାଇ ବସିଛନ୍ତି । ଝିଅର ଯେତେ ବାରଣ ସତ୍ତ୍ୱେ ମଧ୍ୟ ମହିଳା ଜଣକ କିଛି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି ଅଜବ ପ୍ରେମ କାହାଣୀକୁୁ ଝିଅର ଜଣେ ସାଙ୍ଗ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଝିଅର ସାଙ୍ଗ ସୋସିଆଲ ମିଡ଼ିଆରେ କହିଛନ୍ତି, ତାଙ୍କର ସାଙ୍ଗ ଜଣେ ପୁଅକୁ ବହୁତ ଭଲ ପାଉଥିଲେ । କୌଣସି ଏକ କାରଣକୁ ନେଇ ଦୁଇବର୍ଷର ସମ୍ପର୍କରେ ବ୍ରେକ୍‌ଅପ୍ ହୋଇଥିଲା । ଫଳରେ ଝିଅଟି ଦୁଃଖରେ ଖୁବ୍ ଭାଙ୍ଗି ପଡ଼ିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ମାଆ ଝିଅର ଦୁଃଖ ବୁଝିବାକୁ ଚେଷ୍ଟା କରି ନ ଥିଲେ । ବରଂ ଝିଅର ପ୍ରେମିକଙ୍କୁ ଭଲ ପାଇ ବସିଲେ । ତା ସହ ଡ଼େଟ୍ କଲେ । ଏହି ଘଟଣା ଝିଅ ଜାଣିବା ପରେ ମାଆକୁ ଯେତେ ବୁଝାଇଲେ ମଧ୍ୟ ସେ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ସେ ଏହି ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି । ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ରୋକଠୋକ୍ କହିଥିଲେ । ବିଚରା ଝିଅଟି ଦୁଃଖରେ ଭାଙ୍ଗି ପଡ଼ିଛି । ସୋସିଆଲ ମିଡ଼ିଆରେ ଏହି ଖବର ଅନେକ ଲୋକ ଜାଣିବା ପରେ ମାଆର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଝିଅକୁ ଆଶ୍ୱସନା ଦେଇଛନ୍ତି ।

Leave A Reply

Your email address will not be published.