Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷରେ ବାଂଲାଦେଶର କ୍ଲିନ ସୁଇପ

ଢ଼ାକା:ବାଂଲାଦେଶ କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ କ୍ଲିନ ସୁଇପ କରିଛି । ମୀରପୁରରେ ଅନୁÂିତ ତୃତୀୟ ଟି୨୦ରେ ବାଂଲାଦେଶ ୧୬ ରନରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ହରାଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୫୮ ରନ କରିଥିଲା । ଲିଟନ ଦାସ ୫୭ ବଲରେ ୭୩ ରନ କରିଥିଲେ । ଭ୍ରମଣକାରୀ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା । ଡେଭିଡ ମଲାନ ଦଳ ପକ୍ଷରୁ ସର୍ବାଧିକ ୫୩ ରନ କରିଥିଲେ ମଧ୍ୟ ତାହା ଦଳକୁ ବିଜୟୀ କରାଇବା ପାଇଁ ଯଥେଷ୍ଟ ହୋଇ ନ ଥିଲା । ଟାସ୍କିନ ଅହମ୍ମଦ ୨ଟି ୱିକେଟ ଅକ୍ତିଆର କରିଥିଲେ । ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଲିଟନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

BjdElectrycity

ପୂର୍ବରୁ ପ୍ରଥମ ଟି୨୦ରେ ବାଂଲାଦେଶ ୬ ୱିକେଟରେ ଓ ଦ୍ୱିତୀୟକୁ ୪ ୱିକେଟରେ ଜିତିଥିଲା । ବାଂଲାଦେଶ ଦ୍ୱିତୀୟ ଥର ପାଇଁ କୌଣସି ଟିମ ବିପକ୍ଷରେ କ୍ଲିନ ସୁଇପ ବିଜୟ ହାସଲ କରିଛି । ପୂର୍ବରୁ ୨୦୧୨ରେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଏହି ସଫଳତା ହାସଲ କରିଥିଲା ।

Leave A Reply

Your email address will not be published.