Latest Odisha News

BREAKING NEWS

ମହିଳା ଜନ୍ମ ଦେଲେ ‘ପଥର ସନ୍ତାନ’ : ୧୫ ବର୍ଷ ରହିଥିଲା ପେଟରେ

ମହାରାଷ୍ଟ୍ର: ମହିଳା ଜନ୍ମ ଦେଲେ ‘ପଥର ସନ୍ତାନ’ । ତାହା ପୁଣି ୧୫ ବର୍ଷ ପେଟରେ ରହିବା ପରେ । ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଭାବୁଥିବେ ଗୋଟେ ଶିଶୁ ମା ପେଟରେ ଦଶ ମାସ ରହିବା ପରେ ବାହାର ଦୁନିଆକୁ ଆସିଥାଏ । ଏହା କିପରି ସମ୍ଭବ । କିନ୍ତୁ ମହାରାଷ୍ଟ୍ରର ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ।

BjdElectrycity

ମହାରାଷ୍ଟ୍ର ନାଗପୁରର ଜଣେ ମହିଳା ଦୀର୍ଘ ୩ବର୍ଷ ଧରି କ୍ରମାଗତ ଭାବେ ବାନ୍ତି କରୁଥିଲେ । ଏଥିସହିତ ପେଟରେ ଯନ୍ତ୍ରଣା ବି ହେଉଥିଲା । ଗ୍ୟାସ ସମସ୍ୟାରୁ ଏପରି ହେଉଥିବା ଭାବି ମହିଳା ଜଣକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନିୟମିତ ଔଷଧ ଖାଉଥିଲେ । ତଥାପି ତାଙ୍କୁ କୌଣସିି ସୁଫଳ ମିଳି ନ ଥିଲା । ଶେଷରେ, ମହିଳା ଜଣକ ନର୍ସିଂହୋମକୁ ଯାଇ ସିଟି ସ୍କାନ୍ କଲେ । ଡାକ୍ତରମାନେ ତାଙ୍କ ଅନ୍ତନଳୀରେ ପଥର ପରି କିଛି ଥିବା କହିଥିଲେ । ତୁରନ୍ତ ଅପରେସନ କରିବାକୁ ଡ଼ାକ୍ତର ପରାମର୍ଶ ଦେଲେ ।

ମହିଳା ଜଣକ ତୁରନ୍ତ ଅପରେସନ କରିବାକୁ ରାଜି ହୋଇଗଲେ । ଦୁଇ ଜଣ ଡ଼ାକ୍ତର ଦୁଇ ଘଣ୍ଟା ଧରି ଅପରେସନ କରିବା ପରେ ପେଟରେ ପଥର ନୁହେଁ, ବରଂ ଚାରି ମାସର ଶିଶୁ ଥିବା ଜାଣିବାକୁ ପାଇଥିଲେ । ଅପରେସନ ପରେ ଯେଉଁ ଶିଶୁ ବାହାରିଲା ତାହା ପଥର ସନ୍ତାନ ଥିଲା । ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହା ଏକ ବିରଳ ଘଟଣା ଥିଲା ।

ବାସ୍ତବରେ, ମହିଳା ଜଣକ ୧୫ ବର୍ଷ ପୂର୍ବେ ଗର୍ଭପାତ କରାଇଥିଲେ । କାରଣ ସେ ସମୟରେ ସେ ପିଲା ପାଇଁ ପ୍ରସ୍ତୁତ ନଥିଲେ । ଗର୍ଭପାତ ସମୟରେ ଏହି ଶିଶୁଟି ମହିଳାଙ୍କ ଅନ୍ତନଳୀରେ ଅଟକି ଯାଇଥିଲା ।
ଡାକ୍ତରୀ ଭାଷାରେ, ଏହିପରି ପଥର ଶିଶୁକୁ ଲିଥୋପେଡିୟନ୍ କୁହାଯାଏ । ଗତ ୪୦୦ ବର୍ଷ ମଧ୍ୟରେ ୩୦୦ ଟି ପଥର ଶିଶୁଙ୍କ ବିଷୟରେ ରିପୋର୍ଟ ହୋଇଛି ।

Leave A Reply

Your email address will not be published.