Latest Odisha News

ଅଧା ନିଦରୁ ଉଠି ଭୂତଙ୍କ ପରି ସ୍କୁଲ ଧାଉଁଛନ୍ତି ଛାତ୍ରଛାତ୍ରୀ: ଚିନ୍ତାରେ ଅଭିଭାବକ

ଜାକର୍ତ୍ତା: ଇଣ୍ଡୋନେସିଆ ପୂର୍ବ ଭାଗରେ ଥିବା ଏକ ସହରରେ ଆଜି ସକାଳୁ ସକାଳୁ ଆଚମ୍ବିତ କଲା ପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ କିଛି  ପିଲା ଭୂତଙ୍କ ପରି ସ୍କୁଲ ଅଭିମୁଖେ ଧାଉଁଥିଲେ । ସମସ୍ତଙ୍କ ଆଖିରେ ନିଦ ଭର୍ତ୍ତି ହେଇଥିଲା । ତଥାପି ସେମାନେ ପଡି ଉଠି ସ୍କୁଲ ଅଭିମୁଖେ ଧାଉଁଥିବା ଦେଖିବାକୁ ମିଳିଥିଲା । ମୁହଁ ଅନ୍ଧାର ସମୟରେ ପିଲାମାନେ ଏପରି ଅଧାନିଦରୁ ଉଠି ସ୍କୁଲ ଯିବା ବାପା-ମା’ଙ୍କୁ ବି ଚିନ୍ତାରେ ପକାଇଥିଲା ।

ତେବେ ପିଲାମାନେ ଏପରି କାହିଁକି ଧାଉଁଥିଲେ ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସ୍କୁଲର ପିଲା ନୁହେଁ, ଇଣ୍ଡୋନେସିଆର ପୂର୍ବ ପ୍ରାନ୍ତରେ ଥିବା ନୁସା ତେଙ୍ଗାରା ରାଜଧାନୀ କୁପାଙ୍ଗରେ ପ୍ରାୟ ୧୦ଟି ହାଇସ୍କୁଲର ଛାତ୍ରମାନେ ଏମିତି ସକାଳୁ ସକାଳୁ ଧାଉଛନ୍ତି । କଥା ହେଲା, ଏଠିକାର ଗଭର୍ଣ୍ଣର ସ୍କୁଲ ପିଲାଙ୍କୁ ଶୃଙ୍ଖଳିତ କରିବା ପାଇଁ ଏକ ଅଜବ ଆଦେଶ ଦେଇଛନ୍ତି । ହାଇସ୍କୁଲର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ପିଲାମାନଙ୍କୁ ଏକ ପାଇଲଟ ପ୍ରୋଜେକ୍ଟ ଦିଆଯାଇଛି । ଏହି ପ୍ରୋଜେକ୍ଟ ପାଇଁ ପିଲାଙ୍କୁ ସାଢେ ୫ଟାରେ ସ୍କୁଲରେ ପହଞ୍ଚିବା ପାଇଁ କୁହାଯାଇଛି । ଏହି ପ୍ରୋଜେକ୍ଟ ପାଇଁ ନିଜେ ଗଭର୍ଣ୍ଣର ଭିକ୍ଟର ଲାଇସ୍କୋଦତ କହିଥିଲେ । ପ୍ରୋଜେକ୍ଟ ମାଧ୍ୟମରେ ପିଲାଙ୍କୁ ଶୃଙ୍ଖଳିତ ଓ ଅନୁଶାସିତ କରିବା ତାଙ୍କର ଉଦ୍ଦେଶ୍ୟ  ।

ଅବଶ୍ୟ ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଛି । ସାଧାରଣତଃ ଇଣ୍ଡୋନେସିଆରେ ସକାଳ ୭ଟାରୁ ୮ ଭିତରେ ସ୍କୁଲ ଖୋଲିଥାଏ । ହେଲେ ପିଲାଙ୍କୁ ସକାଳ ସାଢେ ୫ଟାରେ ସ୍କୁଲ ଖୋଲିବାକୁ ସହଜରେ ଗ୍ରହଣ କରପାରୁ ନାହାନ୍ତି ପିଲା ଓ ଅଭିଭାବକ । ଅଭିଭାବକଙ୍କ କହିବା ଅନୁଯାୟୀ ଏହା ଦ୍ୱାରା ପିଲାମାନେ ଥକି ଯାଉଛନ୍ତି । ସ୍କୁଲରୁ ଫେରିବା ପରେ ଘରେ ଶୋଉଛନ୍ତି ।

Leave A Reply

Your email address will not be published.