Latest Odisha News

BREAKING NEWS

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟୁଛି ବୋହୂ

ବଲାଙ୍ଗିର : ସବୁ ସୀମା ଟପିଗଲା ବର୍ବରତା । ବଲାଙ୍ଗିର ବରପାଲିପଡ଼ାରେ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ଶାଶୁକୁ ମାଡ଼ ମାରିଲା ବୋହୂ । ଅତି ନିର୍ଦ୍ଦୟ, ଅତି ଅମାନୁଷିକ । ଗାଁ ଦାଣ୍ଡରେ ଶାଶୁର ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ପୁଅର ମୃତ୍ୟୁ ପରେ ସମ୍ପତ୍ତି ନେବାକୁ ଚକ୍ରାନ୍ତ କରୁଥିଲା ବୋହୂ । ଶାଶୁ ସହ ବାରମ୍ବାର ହେଉଥିଲା କଳି । କିନ୍ତୁ ସମ୍ପତ୍ତି ଦେବାକୁ ରାଜି ନଥିଲେ ଶାଶୁ । ଯେଉଁଥିପାଇଁ ଏବେ ବୋହୂ ଜଣକ ଶାଶୁକୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଏନେଇ ବୃଦ୍ଧାଙ୍କ ଅନ୍ୟ ଜଣେ ପୁଅ ଥାନାରେ ଏତଲା ଦେଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୋଲିସ ।

ଗତ ୧୧ ତାରିଖରେ ଘଟିଥିଲା ଏହି ଘଟଣା । ସମ୍ପତ୍ତି ନଦେଲେ ଶାଶୁକୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଛି ବୋହୂ । ଏନେଇ ବଲାଙ୍ଗିର ଟାଉନ ଥାନାରେ ସେହି ଦିନ ଏତଲା ଦିଆଯାଇଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା ଶାଶୁ ।

Leave A Reply

Your email address will not be published.