Latest Odisha News

BREAKING NEWS

କଟକରେ ପେଟ୍ରୋଲ ଲିଟର ୮୦ ଟଙ୍କା, କିଏ ବିକୁଛି ଜାଣନ୍ତୁ

କଟକ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ପ୍ରତିଦିନ ହୁ ହୁ ହୋଇ ବଢ଼ିଚାଲିଛି ଦର । ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି । ଖାଉଟି ପକେଟରୁ ଟଙ୍କା ବି ଖାଲି ହୋଇଗଲାଣି । ଦରବୃଦ୍ଧିକୁ ନେଇ ବିରୋଧ ବି କରାଯାଉଛି । ହେଲେ କିଛି ବି ପ୍ରଭାବ ପଡୁନି । ଦରବୃଦ୍ଧିର ମହଙ୍ଗା ମାଡରେ ଲୋକ ଗାଡି ଚଲେଇବେ ନା ନାହିଁ ସେନେଇ ପଡିଲେଣି ଦ୍ବନ୍ଦ୍ବରେ । ସାରା ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଲେଛି । ହେଲେ କଟକରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ବିକ୍ରି ହେଉଛି । ଗ୍ରାହକଙ୍କୁ ଆଶ୍ବସ୍ତି ଦେବା ପାଇଁ କଂଗ୍ରେସ ପକ୍ଷରୁ କଟକରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ବିକ୍ରି କରାଯାଉଛି ।

BjdElectrycity

ଦେଶରେ ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ୍ ବଢିଥିବାରୁ ଆଜି କଟକ ଜିଲ୍ଲା କଂଗ୍ରସ ପକ୍ଷରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛି କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ ଶତାଧିକ କର୍ମୀ ତୈଳ ଓ ଇନ୍ଧନ ଦର ବୃଦ୍ଧିକୁ ଦୃଢ଼ ବିରୋଧ କରିଛନ୍ତି । ପେଟ୍ରୋଲ୍ ଲିଟର୍ ପିଛା ୧୦୦ ଟଙ୍କା ଉପରେ ଥିବା ବେଳେ, ଆଜି ୮୦ ଟଙ୍କାରେ ଲୋକମାନଙ୍କୁ ପେଟ୍ରୋଲ୍ ଦିଆଯାଇଛି । ଲିଙ୍କ୍ ରୋଡ୍ ସ୍ଥିତ ପେଟ୍ରୋଲ୍ ପମ୍ପ୍ ସମ୍ମୁଖରେ ଏଭଳି ପ୍ରତିବାଦ କରିଛି କଂଗ୍ରେସ । ଏହାସହ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଛି ।

କଂଗ୍ରେସ କର୍ମୀଙ୍କ ସମେତ ରାସ୍ତାରେ ପଥଚାରୀମାନେ ମଧ୍ୟ ଉପସ୍ଥିତ ରହି ଦସ୍ତଖତ କରିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସମୟରେ ସବୁ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ଫେଲ୍ ମାରିଥିବା କହିଛି କଂଗ୍ରେସ । ତେଣୁ ତୁରନ୍ତ ଡିଜେଲ୍ ଓ ପେଟ୍ରୋଲର ଦର ହ୍ରାସ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି । ନଚେତ୍ ଆଗକୁ ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ଚେତାବନୀ ଦେଇଛି ଦଳ ।

Leave A Reply

Your email address will not be published.