କେନ୍ଦ୍ରାପଡା: ୪ ବର୍ଷର ଝିଅ ସହ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲା ମାଆ । ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । କେନ୍ଦ୍ରାପଡା ଜିଲ୍ଲା ଆଳିର ପତ୍ରପୁର ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁ ମାଆ ଛୁଆ ନିଖୋଜ ହୋଇଯାଇଛନ୍ତି । ଘରୋଇ କଳିକୁ ନେଇ ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି ।
ଆଜି ଅପରାହ୍ନରେ ମହିଳା ଜଣଙ୍କ ଛୋଟ ଛୁଆକୁ ଧରି ପତ୍ରପୁର ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସ୍ଥାନୀୟଲୋକେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ ।
ତେବେ ନିଖୋଜ ମହିଳାଙ୍କ ଘର ଆଳି ମହାସାହାଣୀ ଗାଁର କାଜଲ ମହାନ୍ତି । ଖବର ପାଇ ଆଳି ଓ ପଟାମୁଣ୍ଡାଇରୁ ଦମକଳ ବାହିନୀର ଦୁଇଟି ଟିମ ପହଞ୍ଚି ଖୋଜାଖୋଜି କରିଥିଲେ । ହେଲେ ୪ ବର୍ଷର ଝିଅ ଓ ମା’ର ସନ୍ଧାନ ମିଳିନାହିଁ ।
Comments are closed.