Latest Odisha News

କୂଅରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣା: ନିଜେ ମାରିଦେଇଥିବା ସ୍ବିକାର କଲା ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ କୁଅ ରୁ ଯାଆଁଳା ଶିଶୁ ଉଦ୍ଧାର ଘଟଣା । ଦୁଇ ଶିଶୁଙ୍କୁ ନିଜେ ମାଆ ହିଁ ମାରିଥିବା ପୋଲିସ ଆଗରେ ସ୍ବୀକାର କଲେ ମହିଳା । ମା’କୁ ଥାନାରେ ଅଟକ ରଖିଛି ପୋଲିସ । ଗତକାଲି ଘର ପଛପଟ କୂଅରୁ ୨ ଶିଶୁ ଙ୍କ ମୃତଦେହ ହୋଇଥିଲା ।

ସୂଚନା ଅନୁଯାୟୀ, ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ୩ ରୁ ୪ ମାସ ଯାଆଁଳା ଶିଶୁଙ୍କ ମୃତଦେହ ନିଜ ଘର ପଛପଟ କୂଅ ଭିତରେ ଠାବ କରାଯାଇଥିଲା । ବୁଧବାର ଅପରାହ୍ନରେ ତପସ୍ୱିନୀ କୌଣସି କାମରେ ପଡ଼ୋଶୀ ଘରକୁ ଯାଇଥିଲେ । କିଛି ସମୟ ପରେ ଘରକୁ ଆସି ଯମଜ ଶିଶୁ ନଥିବାର ଦେଖିବାକୁ ପାଇଥିଲେ । ପରେ ଏନେଇ ପରିବାର ଲୋକ ଓ ସମ୍ପର୍କୀୟ ବହୁ ଖୋଜାଖୋଜି କରିବା ପରେ ଘର ପଛ କୂଅ ଭିତରେ ଜଣେ ଶିଶୁଙ୍କ ମୃତଦେହ ଭାସୁଥିଲା ।

ପରେ ସେହି କୂଅ ଭିତରୁ ଅନ୍ୟ ଜଣେ ଶିଶୁର ମୃତଦେହ ମିଳିଥିଲା । ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.