Latest Odisha News

BREAKING NEWS

ବୟସ ମାତ୍ର ୨୪; ହେଲେ ୨୧ଟି ସନ୍ତାନର ମା’

ନୂଆଦିଲ୍ଲୀ: ଋଷର ଜଣେ ୨୪ ବର୍ଷିୟା ବୟସ୍କା ମହିଳା ୨୧ ତମ ସନ୍ତାନର ମା’ ହୋଇଛନ୍ତି। ତେବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ। ନିଜର ସବୁ ପିଲାଙ୍କ ସହ ଜଣେ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ମାତ୍ରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଅବଶ୍ୟ, ଯେତେବେଳେ ମହିଳା ନିଜେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ, ସେତେବେଳେ ଲୋକମାନେ ସତ୍ୟତା ବିଷୟରେ ଅବଗତ ହୋଇଥିଲେ।

‘ଡେଲି ମେଲ’ର ଏକ ରିପୋର୍ଟ ଅନୁଯାୟୀ ମହିଳାଙ୍କ ନାମ ହେଉଛି କ୍ରିଷ୍ଟିନା ଓଟର୍କ। ଏହି ମହିଳା ନିକଟରେ ୨୧ତମ ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। କିନ୍ତୁ ସେ ନିଜେ ସମସ୍ତ ପିଲାଙ୍କୁ ଜନ୍ମ ଦେଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପୋଷ୍ୟ ସନ୍ତାନ ହୋଇଥିବାବେଳେ କେତେକ ସରୋଗେସି ମାଧ୍ୟମରେ ଜନ୍ମ ହୋଇଛନ୍ତି। କ୍ରିଷ୍ଟିନାଙ୍କୁ ପିଲାମାନଙ୍କୁ ବେଶ୍‌ ଭଲପାଆନ୍ତି। ପିଲାମାନଙ୍କ ଲାଳନପାଳନ କରିବା କ୍ରିଷ୍ଟିନାଙ୍କ ଏକ ସଉକ। ସେ ନିଜ ପିଲାମାନଙ୍କ ସହିତ ବେଶ ଖୁସି ଥିବା କହିଛନ୍ତି।

ଏହା ମଧ୍ୟ ଜଣାଯାଇଛି ଯେ ମହିଳା ଜଣକ ତାଙ୍କର ସମସ୍ତ ୨୧ଟି ସନ୍ତାନର ଯତ୍ନ ନେବା ପାଇଁ ୧୬ ଜଣଙ୍କୁ ନିୟୋଜିତ କରିଛନ୍ତି। ଉକ୍ତ ମହିଳାଙ୍କ ସ୍ୱାମୀ ଜଣେ ବଡ ବ୍ୟବସାୟୀ। ଗତ ବର୍ଷ ମାର୍ଚ୍ଚରୁ କେବଳ ଚଳିତ ବର୍ଷ ଜୁଲାଇ ମଧ୍ୟରେ ମହିଳା ସରୋଗେଟ୍ ମାଧ୍ୟମରେ ପିତାମାତା ହେବା ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Leave A Reply

Your email address will not be published.