ନ୍ୟୁୟର୍କ : ଅଧିକାଂଶ ଲୋକ ପୁଅଟିଏ ପାଇଁ ଲକ୍ଷେ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ଆଉ ଝିଅ ହେବା ଶୁଣିଲେ ତାକୁ ପେଟ ଭିତରେ ହତ୍ୟା କରିବାକୁ ବି ପଛାନ୍ତି ନାହିଁ । ଆମ ସମାଜ ବି ଝିଅ ହେବା ଖବରକୁ ସହଜରେ ଗ୍ରହଣ କରିପାରେ ନାହିଁ । କିନ୍ତୁ ଆମେରିକାର ଜଣେ ମହିଳା ଝିଅଟିଏ ପାଇଁ ୯ ପୁଅକୁ ଜନ୍ମ ଦେଇଛନ୍ତି । ଝିଅ ହେବା ଯାଏଁ ସନ୍ତାନ ଜନ୍ମ ଦେଉଥିବେ ବୋଲି କହିଛନ୍ତି । ଏବେ ସେ ସାରା ଦୁନିଆ ପାଇଁ ପ୍ରେରଣା ସାଜିଛନ୍ତି ।
ଆମେରିକାର ଟେକ୍ସାସର ଡାଲାସର ରୁହନ୍ତି ୩୦ ବର୍ଷୀୟା ୟାଲାନସିଆ ରୋଜାରିଓ । ସେ ମାଇକେଲ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହ ପରେ ଏହି ଦମ୍ପତ୍ତି ତାଙ୍କର ପ୍ରଥମ ସନ୍ତାନ ଝିଅଟିଏ ହେଉ ବୋଲି ଆଶା କରିଥିଲେ । ୟାଲାନସିଆ ଯେତେବେଳେ ଗର୍ଭବତୀ ହେବା ଶୁଣିଲେ ଝିଅଟିଏ ପାଇଁ ଅନେକ ଦେବଦେବୀଙ୍କ ପାଖରେ ପୂଜାର୍ଚ୍ଚନା କଲେ । ହେଲେ ତାଙ୍କର ପ୍ରଥମ ସନ୍ତାନ ଝିଅ ପରିବର୍ତ୍ତେ ପୁଅଟିଏ ହେଲା । ପୁଅକୁ ପାଇ ସେ ଏତେଟା ଖୁସିହୋଇପାରିଲେ ନାହିଁ । ତାପରେ ସେ ଝିଅଟିଏ ଆଶା କରି ଗୋଟେ ପରେ ଗୋଟେ ୯ଟି ପୁଅ ଜନ୍ମ କରି ସାରିଲେଣି । ଶେଷରେ ସେ ନିଜ ଭାଗ୍ୟକୁ ନିନ୍ଦିବା ଆରମ୍ଭ କରିଛନ୍ତି । ତଥାପି ସେ ହାର ମାନି ନାହାନ୍ତି । ଏବେ ୟାଲାନସିଆ ପୁଣି ଗର୍ଭବତୀ ଅଛନ୍ତି । ଏବେ ତାଙ୍କର ଯାଆଁଳା ପିଲା ଥିବା ଗର୍ଭଧାରଣ ସ୍କାନର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥର ଝିଅଟିଏ ହେବ ବୋଲି ଉଭୟ ୟାଲାନସିଆ ଓ ମାଇକେଲ ଆଶା ରଖିଛନ୍ତି ।
ୟାଲାନସିଆ କହିଛନ୍ତି ଯେ, ଆଗକୁ ମୁଁ ଯାଆଁଳା ସନ୍ତାନ ଜନ୍ମ ଦେବାକୁ ଯାଉଛି । ବୋଧହୁଏ ଏଥର ଏକ ଝିଅ ହେବ ବୋଲି ମୋର ବିଶ୍ୱାସ । ଯେ ପର୍ଯ୍ୟନ୍ତ ମୋର ଝିଅଟିଏ ନ ହୋଇଛି, ସେ ପର୍ଯ୍ୟନ୍ତ ମୁଁ ସନ୍ତାନ ଜନ୍ମ ଦେଉଥିବି । ମୋର ବଡ ପୁଅ ଜାମେଲଙ୍କୁ ୧୨ ବର୍ଷ ହୋଇଥିବାବେଳେ ୯ମ ପୁଅ ବା ସାନପୁଅ କାଇରୋ ୨ ମାସର । ମୁଁ ୧୮ ବର୍ଷ ବୟସରେ ମୋର ପ୍ରଥମ ପୁଅକୁ ଜନ୍ମ ଦେଇଥିଲି । ଆମେ ଆମ ପୁଅମାନଙ୍କୁ ବହୁତ ଭଲ ପାଉ ।
Comments are closed.