Latest Odisha News

BREAKING NEWS

ମା’ ନାମରେ ଲାଗିଲା କଳଙ୍କ, ୪ ବର୍ଷର ପୁଅକୁ ବିଷ ପିଆଇଲା ମା’

ବାରିପଦା: ରାକ୍ଷସ ସାଜିଲା ମା । ୯ ମାସ ଗର୍ଭରେ ରଖି ଯେଉଁ ପୁଅକୁ ଅନ୍ତଫାଡ଼ି ଜନ୍ମ ଦେଇଥିଲା ସେଇ ପୁଅକୁ ଶେଷରେ ବିଷ ପିଆଇ ମାରିବାକୁ ଉଦ୍ୟମ କଲା ରାକ୍ଷସୀ ମା। ୪ ବର୍ଷର ପୁଅକୁ ବିଷ ପିଆଇ ଶେଷରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି ମାଆ । ଉଦଳା ଥାନା ନାବରା କଲୋନୀ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଉଭୟ ମାଆପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କୌଣସି କାରଣକୁ ନେଇ ମା, ସବିତା ରାଉତ ତାଙ୍କ ୪ ବର୍ଷର ପୁଅ ରାଜେଶ ବାଘଡାଙ୍କୁ ନେଇ ଘର ଭିତରୁ କବାଟ ଦେଇଦେଇଥିଲେ। ବନ୍ଦ ଘର ଭିତରେ ପୁଅକୁ ବିଷ ପିଆଇ ନିଜେ ମଧ୍ୟ ବିଷ ପିଇଥିଲେ ସବିତା। କିଛି ସମୟ ପରେ ସ୍ବାମୀ ଆଲୋକ ବାଘଡା ଘରକୁ ଆସି ଦେଖିଲା ବେଳକୁ କବାଟ ଭିତରୁ ବନ୍ଦ ଥିଲା। କବାଟକୁ ଭାଙ୍ଗି ଘର ଭିତରେ ପଶି ଦେଖିଲା ବେଳକୁ ପୁଅ ବାନ୍ତି କରୁଥିବା ବେଳେ ମା ଚେତା ହରାଇ ପଡ଼ିଥିଲେ। ଦୁହେଁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଆଲୋକ। ସେଠାରେ ଦୁହେଁ ବିଷ ପିଇଥିବା ସୂଚନା ଦେଇଥିଲେ ଡାକ୍ତର। ଗୁରୁତର ଅବସ୍ଥାରେ ଏବେ ଦୁହେଁ ମା ଏବଂ ପୁଅଙ୍କର ଚିକିତ୍ସା ଚାଲିଛି।

Comments are closed.