Latest Odisha News

BREAKING NEWS

ଗଛରେ ପାଣି ଦେଉଥିଲେ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’-ପୁଅ ମୃତ

ବାଲେଶ୍ୱର:ସକାଳୁ ସକାଳୁ ଗଛରେ ପାଣି ଦେଉଥିଲେ । ହେଲେ କିଏ ଜାଣିଥିଲା ଗଛମୂଳେ ଏମିତି ଯମ ଛକି ବସିଛି ବୋଲି ? ଗଛରେ ପାଣି ଦେଉ ଦେଉ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ଜୀବନ ଚାଲି ଯାଇଛି । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ।

ଘର ବାହାର ପଡିଥିଲା ଲୁହାରଡ । ଲୁହାରଡ ଉପରେ ବିଦ୍ୟୁତ ଛିଣ୍ଡି ପଡିଥିଲା । ହେଲେ କେିହ ଜାଣି ନ ଥିଲେ ।  ସକାଳୁ ସକାଳୁ ଗଛରେ ପାଣି ଦେଉଥିଲେ ନାହୁଲ ଗ୍ରାମର ତିଳୋତ୍ତମା ନାମ୍ନୀ ଜଣେ ମହିଳା । ହଠାତ ବିଦ୍ୟୁତ ତାର ସଂସ୍ପର୍ଶରେ ସେ ଆସି ଯାଇଥିଲେ । ଫଳରେ ଛଟପଡ ହୋଇ ସେଠାରେ ପଡିଯାଇଥିଲେ । ପରେ ତାଙ୍କର ପୁଅ ରାମଚନ୍ଦ୍ର ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ସେ ମଧ୍ୟ ସେଠାରେ ଟଳି ପଡିଥିଲେ ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଶୁଣିବା ପରେ ସାରା ଗାଁରେ ଖେଳି ଯାଇଛି ଶୋକର ଲହରୀ ।

Leave A Reply

Your email address will not be published.