Latest Odisha News

BREAKING NEWS

ଗୁଜରାଟରେ ସକ୍ରିୟ ଆଇଏସ୍‌ଆଇଏସ୍; ପୋରବନ୍ଦରରୁ ଗିରଫ ହେଲେ ୫ ସନ୍ଦିଗ୍ଧ

ପୋରବନ୍ଦର: ଗୁଜରାଟରେ ସକ୍ରିୟା ଆଇଏସ୍‌ଆଇଏସ୍ ଆତଙ୍କବାଦୀ ସଂଗଠନ। ଯୁବକମାନଙ୍କୁ ଫସାଇ ସଂଗଠନରେ ସାମିଲ୍‌ କରୁଥିଲେ। ଏମାନଙ୍କୁ ଧରିବାକୁ ଗୁପ୍ତ ଅପରେସନ ଚଳାଇଥିବା ଆତଙ୍କବାଦୀ ନିରୋଧୀ ସ୍କାଡ଼(ଏଟିଏସ୍)ସଫଳ ହୋଇଛି। ଗତକାଲି ପୋରବନ୍ଦରରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ଗୁଇନ୍ଦା ତଥ୍ୟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିବା ସୂଚନ ମିଳିଛି।

ତେବେ ଅପରେସନ ପୂରା ହେବା ପରେ ଏଟିଏସ୍ ଅଧିକାରୀମାନେ ଘଟଣାର ପୂରା ବିବରଣୀ ପ୍ରକାଶ କରିବେ ବୋଲି ସୂଚନା ମିଳିଛି। ଏଟିଏସ୍ ଟିମ୍ ଆଜି ସନ୍ଧ୍ୟା ସୁଦ୍ଧା ଗଣମାଧ୍ୟମରେ ସମସ୍ତ ସୂଚନା ଦେବ। ଗତକାଲି ଠାରୁ ଏଟିଏସ୍ ଟିମ୍ ଏମାନଙ୍କୁ ପଚରାଉଚରା କରୁଛି। ଆଇଏସ୍‌ଆଇଏସ୍ ଜଏନ୍ କରିବାକୁ ଏମାନେ ଦେଶ ଛାଡ଼ି ଚାଲିବାକୁ ପ୍ରସ୍ତୁତ ହେଉଥିଲେ। ଗତ ବର୍ଷେ ହେଲା ଏମାନେ ପରସ୍ପର ସହିତ ସମ୍ପର୍କରେ ଥିଲେ। ପାକିସ୍ତାନରେ ଥିବା ଆତଙ୍କବାଦୀ ସର୍ଦ୍ଦାରମାନେ ଏମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ।

ଏଟିଏସ୍‌ ଟିମ୍‌ ଗରିଫ କରିଥିବା ମହିଳାର ନାଁ ସମୀର ବାନୋ। ସୁରତରେ ରହୁଥିବା ସୀମାର ତାମିଲନାଡୁରେ ବିବାହ କରିଥଇଲେ। ସେ ଆଇଏସ୍‌ଆଇଏସ୍ ମଡେଲ୍‌ ଉପରେ କାମ କରୁଥିଲେ। ସମୀର ଲଭ ଜିହାଦ ପାଇଁ ୧୬-୧୮ ବର୍ଷର ଯୁବକମାନଙ୍କୁ ପ୍ରସ୍ତୁତ କରୁଥିଲା। ଲଭ୍‌ ଜିହାଦ ରାକେଟ୍‌ରେ ବି ସମୀର ସାମିଲ୍ ଥିବା ଜଣାପଡ଼ିଛି।

ଏଟିଏସ୍‌ ଡିଆଇଡି ଦୀପେନ୍ ଭଦ୍ରନଙ୍କ ନେତୃତ୍ୱରେ ଶୁକ୍ରବାର(ଜୁନ୯)ରେ ଅପରେସନ ଆରମ୍ଭ ହୋଇଥିଲା। ଗତ କିଛି ମାସ ହେଲା ଏଟିଏସ୍‌ ଆଇଏସ୍‌ଆଇଏସ୍ ଅପରାଧିଙ୍କ ଉପରେ ନଜର ରଖିଥିଲା। ତାଙ୍କର ପ୍ରତି ଗିତିବିଧିକୁ ଟ୍ରାକ୍ କରାଯାଉଥିଲା।

Leave A Reply

Your email address will not be published.