ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡ଼ିକାଲର ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ସ୍କୁଟିକୁ କାର୍ ଧକ୍କା ଦେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମା’ ସୀତା ଆମ୍ମା(୭୦) ଏବଂ ପୁଅ ରାମଚନ୍ଦ୍ର ପାତ୍ର(୪୫)। ଉଭୟଙ୍କ ଘର ଆଙ୍କିଲି ଉମା ନଗର ସାହିରେ। ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ମା’ ପୁଅ ଗୋଟିଏ ସ୍କୁଟିରେ ବସି ମେଡ଼ିକାଲରୁ ବାହାରୁଥିଲେ। ମୁଖ୍ୟ ରାସ୍ତାରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ବୈଦ୍ୟନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିଛି। ତଦନ୍ତ ଚାଲିଥିବା ସୂଚନା ମିଳିଛି।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.