Latest Odisha News

BREAKING NEWS

ମା’ ମନ… ଶିଶୁ କନ୍ୟା ବଞ୍ଚିଯିବ ଭାବି ଶବଗୃହରୁ ମର ଶରୀର ନେଇ ଦୌଡ଼ିଲେ

ରାଉରକେଲା: ମା’ ମନ.. । ମା’ କେବେ ତା ସନ୍ତାନର ମୃତ୍ୟୁକୁ ଦେଖିପାରିନେ । ଆଶା ରଖିଥାଏ ପୁଅ, ଝିଅ ଉପସ୍ଥିତିରେ ସ୍ବର୍ଗକୁ ଯିବ। କିନ୍ତୁ ଯେତେବେଳେ କିଛି ଓଲଟା ଘଟେ ସେତେବେଳେ କ’ଣ ବା ହୋଇାପାରେ। ମା’ ହରାଇବସିଥାଏ ନିଜର ଚେତନା। ଯେମିତି ରାଉରକେଲରା ଏକ ଘଟଣା ଘଟିଛି। ଏକ ଅଭାବନୀୟ ଘଟଣାରେ ଜଣେ ମହିଳା ନିଜ ମୃତ ଝିଅର ମୃତଦେହ ନେଇ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି। ସାପ କାମୁଡ଼ାରେ ଦୁଃଖଦ ଭାବେ ମୃତ୍ୟୁ ବରଣ କରିଥିବା ଝିଅର ମୃତଦେହକୁ ନେଇ ମହିଳା ଜଣକ ଶବ ଗୃହର ତାଲା ଭାଙ୍ଗି ଫେରାର ହୋଇଯାଇଥିଲେ।

ସାପ କାମୁଡା ପରେ ଡାକ୍ତରଖାନାରେ ପହଞ୍ଚିବା ପରେ ୫ ବର୍ଷର ଶିଶୁ କନ୍ୟାକୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ଝିଅଟିର ମୃତ ଦେହକୁ ଶବଗୃହରେ ରଖାଯାଇଥିଲା। ତେବେ ଝିଅ ବଞ୍ଚିବ ବୋଲି ବିଶ୍ୱାସ କରି ମା’ ଜଣଙ୍କ ଶବ ଗୃହରୁ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ନେଇ ଫେରାର ହୋଇଯାଇଥିଲେ।

ଜଣେ ଡାକ୍ତରୀ କର୍ମଚାରୀ କହିଛନ୍ତି ଯେ ମା’ ତାଙ୍କ ଝିଅର ମୃତ୍ୟୁ ବିଷୟରେ ଅସ୍ୱୀକାର କରୁଛନ୍ତି ଏବଂ ଦୃଢ଼ ଭାବରେ ବିଶ୍ୱାସ କରୁଛନ୍ତି ଯେ ୨୧ ଦିନ ପରେ ତାଙ୍କ ସନ୍ତାନ ବଂଚିଯିବ। ମା’ଙ୍କ ଦୁଃଖରେ ସେମାନେ ସମବେଦନା ପ୍ରକାଶ କରିଥିବା ବେଳେ ତାଙ୍କ କାର୍ଯ୍ୟ ବେଆଇନ ବୋଲି କହିବା ସହ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଛନ୍ତି।

୨୧ ଦିନ ପରେ ରୀତିନୀତି ଓ କଳାଯାଦୁ ମାଧ୍ୟମରେ ଝିଅକୁ ବଂଚାଇପାରିବେ ବୋଲି ପରିବାର ଲୋକେ ବିଶ୍ୱାସ ରଖିଛନ୍ତି। ଶେଷ ରିପୋର୍ଟ ସୁଦ୍ଧା ସ୍ଥାନୀୟ ପୋଲିସ ମୃତଦେହକୁ ଫେରାଇଦେବା ପାଇଁ ମା’ଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ।

Leave A Reply

Your email address will not be published.