Latest Odisha News

BREAKING NEWS

ଚର୍ଚ୍ଚାରେ ସେଜଲଙ୍କ ପାଳିତ ମାଆଙ୍କ ଆବେଗଭରା ଚିଠି

ବାଲେଶ୍ବର: ଆମେରିକାରେ ପାଳିତ ପିତାମାତାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣି ଓଡ଼ିଆ ଝିଅ ପୂଜା ଓରଫ ସେଜଲ ରାଜ୍ୟ ସରକାରଙ୍କ ସହାୟତାରେ ଓଡିଶା ଫେରିଛନ୍ତି। ସରକାରଙ୍କ ସହଯୋଗରେ ଆମେରିକାରୁ ଫେରି ବାଲେଶ୍ବର ଜିଲ୍ଲା ନାରୀ ସଂଘ ଗୃହରେ ସେଜଲ ରହୁଛନ୍ତି। କିଛି ଦିନ ପରେ ଏବେ ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମାଆଙ୍କ ଆବେଗଭରା ଚିଠି।

ସେଜଲ୍ ତାଙ୍କ ମାଆଙ୍କୁ ଛାଡ଼ି ଆସିଗଲେ କିନ୍ତୁ ତାଙ୍କୁ ଭୁଲି ପାରୁନାହାନ୍ତି ମାଆ। ଆମେରିକାରେ ଥିବା ସେଜଲଙ୍କ ପାଳିତ ମାଆ ତାଙ୍କୁ ଦେଇଥିବା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ୨୧ ତାରିଖରେ ସେଜଲଙ୍କ ପାଇଁ ତାଙ୍କ ମାଆ ଲେଖିଥିବା ଚିଠିକୁ ଯିଏ କେହି ବି ପଢ଼ିବ ତା ଛାତି ଦୁଃଖରେ ଭରି ଯିବ। ସେ ଲେଖିଛନ୍ତି, ‘ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି। ମୁଁ ଦୁଃଖିତ ଯେ ତୁମେ ତୁମ ମାଆଙ୍କ ନାଁରେ କଳଙ୍କ ଲଗାଇଦେଲ। ତୁମେ ଜାଣିଛ ମୁଁ ତୁମକୁ କେତେ ଭଲ ପାଏ ଓ ଯତ୍ନ ନିଏ।’

‘ତୁମେ ତୁମର ଯତ୍ନ ନିଅ, ଭଗବାନ ତୁମର ମଙ୍ଗଳ କରନ୍ତୁ। ତୁମର ସବୁଠୁ ଛୋଟ ଆନନ୍ଦ ଓ ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ ସହ ଅଛି। ତୁମେ ସବୁଦିନ ମୋ ହୃଦୟରେ ରହିବ, ସ୍ନେହ ସହ ମୁଁ ତୁମକୁ ବିଦାୟ ଦେଉଛି।’ ହୃଦୟର କୋଣରେ ସବୁ ବେଳେ ରହିବ ମୋ ଝିଅ ବୋଲି ସେ ଲେଖିଛନ୍ତି। ଯାହା ଜଣା ପଡ଼ିଛି, ଗତ ନଭେମ୍ବର ୨୧ ତାରିଖ ଦିନ ସେଜଲ ଆମେରିକା ଛାଡ଼ିବା ସମୟରେ ସେଜଲଙ୍କ ହାତରେ ଏହି କୋହ ଭରା ଚିଠି ଦେଇଛନ୍ତି ତାଙ୍କ ପାଳିତା ମାଆ ସୁସି ।

Comments are closed.