Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ: ମାତୃ ଦିବସରେ ମାଆକୁ ସମ୍ମାନ

ମା’ ସେ ସର୍ବଂସହା । ସେ ଜନନୀ, ସେ ଜଗଧାତ୍ରୀ । ମା’ଠୁ ବଳି ଦୁନିଆରେ କିଛି ବି ନାହିଁ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ଥିଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର  ଭଲପାଇବାର ନାହିଁ ତୁଳନା । ସେ ଅତୁଳନୀୟ ।

ଆଜି ମାତୃ ଦିବସ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ପଡେ ମାଆ ପାଇଁ ଏହି ଦିନଟିଏ  ।  ମା’ ମାନଙ୍କ ପାଇଁ ସବୁଦିନ ଚିର ନମସ୍ୟ । ପରିବାର ପ୍ରତି ସେମାନଙ୍କର  ଅବଦାନ, ଅନେକ ବଳିଦାନ । ମାତୃ ଦିବସ ଉତ୍ସବ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା । ଯେତେବେଳେ ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ଏହି ଦିନକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ନିଜ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ ।

ମା’ ର ପ୍ରେମ, ତ୍ୟାଗ ଏବଂ ସମର୍ପଣକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ । ମା’  ଭଗବାନଙ୍କ ଦ୍ୱାରା ନିର୍ମିତ ସଂସାରର ସବୁଠାରୁ ସୁନ୍ଦର ସୃଷ୍ଟି। ଯିଏ ନିଜ ପିଲାଙ୍କୁ ଜୀବନସାରା ନିସର୍ତ୍ତମୂଳକ ଭାବରେ ଭଲ ପାଇଥାଏ।

ମା’ ଶବ୍ଦରେ ରହିଛି ସେତିକି ଆତ୍ମୀୟତା ।  ୧୯୧୪ ମସିହାରେ ଆରମ୍ଭ ହୋଇଥିଲା ଏହି ପରମ୍ପରା ।  ଭଗବାନଙ୍କ ଏକମାତ୍ର ସୁନ୍ଦର ପରିକଳ୍ପନା ଯିଏ କି କୌଣସି ଆଶା ଅଭିଳାଷ ନରଖି ସନ୍ତାନ କୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ସାରା ଜୀବନ ଦେଇଚାଲିଥାଏ । ତେଣୁ ଆମେ ସମସ୍ତେ ମା’କୁ ଭଲପାଇବା ଦରକାର କେବଳ ମାତୃ ଦିବସରେ ନୁହେଁ ନିଜ ବାସ୍ତବିକ ଜୀବନରେ ମା’ଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମ।ନ ଜଣାଇବା ଦରକାର ।

ଜନ୍ମଦାତ୍ରୀର ଋଣ ପରିଶୋଧ କରିବା ପ୍ରତି ସନ୍ତାନ ପାଇଁ କଷ୍ଟକର । ସାରା ଜୀବନ ଅସୀମ ତ୍ୟାଗ, ଅସରନ୍ତି ସ୍ନେହ ସହ ନିସ୍ୱାର୍ଥପର ସେବା ଦେଇଆସୁଥିବା ମା’ ପ୍ରତି ରହିଛି ପ୍ରତି ସନ୍ତାନର କିଛି କର୍ତ୍ତବ୍ୟ । ସେଥିପାଇଁ ତ ପ୍ରତି ମା’ ଙ୍କୁ ଉତ୍ସର୍ଗୀକୃତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ ହେଉଛି ମଦର୍ସ ଡେ ।  ଆମକୁ ଆଲୋକ ଦେଖାଇଥିବା ବଞ୍ଚିବାର ରାହା ଦେଇଥିବା ମାଆଙ୍କୁ ଶତ ଶତ ନମନ ।

Leave A Reply

Your email address will not be published.