Latest Odisha News

BREAKING NEWS

ସଡ଼କ ସୁରକ୍ଷା ଉପରେ ଗୁରୁତ୍ବ, ପରିବହନ ବିଭାଗ ଓ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର : ରାଜ୍ୟରେ ସଡ଼କ ସୁରକ୍ଷାକୁ କରାଯିବ ସୁଦୃଢ଼ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବେସରକାରୀ ସଙ୍ଗଠନ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଚୁକ୍ତିନାମାକୁ ରାଜ୍ୟ ପରିବହନ ପ୍ରାଧିକରଣ ଯୁଗ୍ମ କମିଶନର୍ ସଞ୍ଜୟ ବିଶ୍ବାଳ ଏବଂ ସେଭ୍ ଲାଇଫ୍ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସିଇଓ ପୀୟୁଷ ତିୱାରୀ ସ୍ବାକ୍ଷର କରିଛନ୍ତି ।

ଓଡ଼ିଶାରେ ଚିହ୍ନଟ ହୋଇଥିବା ୧୦୦ରୁ ଅଧିକ ଅସୁରକ୍ଷିତ ସ୍ଥାନ ବା ବ୍ଲାକ ସ୍ପଟରେ ଦୁର୍ଘଟଣା ହ୍ରାସ କରିବା ଦିଗରେ କାମ କରିବ । ଯେଉଁଠାରେ ଗତ କିଛି ବର୍ଷ ମଧ୍ୟରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି, ସେସବୁ ସ୍ଥାନ ଉପରେ ଦିଆଯିବ ଗୁରୁତ୍ବ । ଆସନ୍ତା ୩ ବର୍ଷ ମଧ୍ୟରେ ଓଡିଶାରେ ସଡକ ମୃତ୍ୟୁକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି, ସଡକ ସୁରକ୍ଷା ଆମ ପାଇଁ ଉଚ୍ଚ ପ୍ରାଥମିକ କ୍ଷେତ୍ର ଅଟେ । ରାସ୍ତାକୁ ଅଧିକ ସୁରକ୍ଷିତ କରିବା ପାଇଁ ଆମେ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛୁ । ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହିତ ଏମଓୟୁ ଏକ ପ୍ରମୁଖ ପଦକ୍ଷେପ । ପ୍ରତିକାର ବ୍ୟବସ୍ଥା ପ୍ରସ୍ତାବିତ ଏବଂ କାର୍ଯ୍ୟକାରୀ ହେବା ପରେ ମୃତ୍ୟୁହାର ପ୍ରାୟ ୩୦ରୁ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସେହିପରି ଜୀବନ ରକ୍ଷା ପାଇଁ ପରିବହନ ବିଭାଗର ପ୍ରତିବଦ୍ଧତାକୁ ପ୍ରଶଂସା କରିଛି ସେଭ୍ ଲାଇଫ୍ ଫାଉଣ୍ଡେସନ ।

Leave A Reply

Your email address will not be published.