Latest Odisha News

BREAKING NEWS

ସତ୍ୟବାଦୀ ଏସବିଆଇ ଶାଖାରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଏସବିଆଇ ଶାଖାରେ ଅଗ୍ନିକାଣ୍ଡ । ପୁରୀ ଜିଲ୍ଲା ସତ୍ୟବାଦୀ ଏସବିଆଇ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ ବ୍ୟାଙ୍କ କ୍ୟାଣ୍ଟିନର ଗ୍ୟାପ ପାଇପ ଲିକ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିଲା । ବ୍ୟାଙ୍କ ରେ ଧୂଆଁମୟ ହେବାରୁ ଗ୍ରାହକ ଓ କର୍ମଚାରୀ ଭୟଭୀତ ହୋଇ ବ୍ୟାଙ୍କ ବାହାର କୁ ଜୀବନ ବିକଳରେ ପଳାଇ ଆସିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁ କୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ବ୍ୟାଙ୍କ ର ବିଶେଷ କିଛି ନଷ୍ଟ ହୋଇ ନାହିଁ । ଆଜି କ୍ୟାଣ୍ଟିନରେ ରୋଷେଇ ହେଉଥିବା ସମୟରେ ଏଭଳି ଘଟଣା ଘଟିଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.