Latest Odisha News

BREAKING NEWS

ଫେଲ୍ ମାରିଲା ସର୍ଜରୀ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁନି ମୌନିଙ୍କ ନୂଆ ଲୁକ୍

ମୁମ୍ବାଇ: ମୌନି ରୟଙ୍କ ନୂଆ ଲୁକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ନିଜର ନୁଆ ଲୁକ୍ ଦ୍ୱାରା ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥିଲେ।

ସେହି କାର୍ଯ୍ୟକ୍ରମରେ ମୌନି ରୟଙ୍କ ସହ ସୋନମ୍ ବାଜୱା ଏବଂ ଦିଶା ପାଟନୀ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କର ଏହି ଲୁକ କୁ କିଛି ପ୍ରଶଂସକ ମାନେ ବହୁତ ପସନ୍ଦ କରୁଥିବା ବେଳେ କିଛି ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି।

ଏହି ଭିଡିଓ ଭାଇରାଲ୍ ହେବାପରେ ୟୁଜର୍ସ ଭିନ୍ନଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି। କେହି ଏହାକୁ ସୁନ୍ଦର କହୁଥିବା ବେଳେ କେହିକେହି ନାପସନ୍ଦ କରିବା ସହ ସୁନ୍ଦର  ମୁହଁକୁ ସର୍ଜରୀ କରି ବେକାର କରିଦେଇଥିବା କଥା ମଧ୍ୟ କହୁଛନ୍ତି।

ମୌନି ରୟ ତାଙ୍କର ଆଗାମୀ  ଫିଲ୍ମ ‘ଦ ଭୂତନି’ର ରିଲିଜ ପାଇଁ ପ୍ରସ୍ତୁତ ଚଲାଇଛନ୍ତି। ଏଥିରେ ମୌନି ରୟଙ୍କ ସମେତ  ସଞ୍ଜୟ ଦତ୍ତ, ସନି ସିଂହ, ପଲକ ତିୱାରୀ ଏବଂ ନିକ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଏକ ହରର୍-କମେଡି ଫିଲ୍ମ ହୋଇଥିବା ବେଳେ ଏପ୍ରିଲ୍ ୧୮, ୨୦୨୫ରେ ମୁକ୍ତିଲାଭ କରିବ। ତେବେ ସେ ଆଗକୁ ‘ସଲାକାର’ ନାମକ ଏକ ଫିଲ୍ମରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି।

 

Comments are closed.