Latest Odisha News

BREAKING NEWS

ଓଡ଼ିଶା ପାଇଁ ଗର୍ବ: ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍‌ କମିସନର ହେଲେ ମୌସୁମୀ ଲତା ପାଢ଼ୀ

ଭୁବନେଶ୍ୱର: ଭୁବନେଶ୍ବର: ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପିଏଫ୍‌ ଜୋନ୍‌ର ଆଞ୍ଚଳିକ ପିଏଫ୍‌ କମିସନର-୨ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଥି‌ଲେ ପ୍ରଥମ ମହିଳା ଡିଆର୍‌ ଏନ୍‌ଫୋର୍ସମେଣ୍ଟ ଏବଂ ଓଡ଼ିଶାର ପ୍ରଥମ ମହିଳା ସହକାରୀ ପିଏଫ୍‌ କମିସନର। ବର୍ତ୍ତମାନ ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍‌ କମିସନର ହୋଇ ରାଜ୍ୟ ପାଇଁ ସେ ଗୌରବ ଆଣିଛନ୍ତି।

ଏହା ପୂର୍ବରୁ ମଧ୍ୟ ପ୍ରଥମ ମହିଳା ଭାବେ ସେ ଅନେକ ପଦରେ ଅବସ୍ଥାପିତ ହୋଇଥିଲେ। ୧୯୯୩ ଏପ୍ରିଲ୍‌ରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଭାବେ ଓମେନ୍‌ସ ଡେଭେଲପ୍‌ମେଣ୍ଟ କର୍ପୋରେସନ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ବର୍ଷକ ପରେ ୧୯୯୪ରେ ‌‌ସେ ଯୋଗାଣ ଇନ୍‌ସପେକ୍ଟର ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଥି‌ଲେ। ଅନେକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସେ ଇତିହାସ ରଚିଛନ୍ତି। ମହିଳା ସଶକ୍ତୀକରଣ ପାଇଁ କାମ କରିବା ଏବଂ ସର୍ବାଧିକ ସଦସ୍ୟଙ୍କ ପାଖରେ ସାମାଜିକ ସୁରକ୍ଷା ଲାଭ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ସେ ଗୁରୁତ୍ବାରୋପ କରୁଛନ୍ତି।

 

Leave A Reply

Your email address will not be published.