Latest Odisha News

ନୂଆପଡା ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ନରହିବା ନେଇ ଆନ୍ଦୋଳନର ଚେତାବନୀ

ନୂଆପଡ଼ା: ଆସନ୍ତା ୧୭ ତାରିଖରେ ଗଡିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରହଣି କରି ବିଶଖାପାଟଣାରେ ପହଞ୍ଚିବ ।

ଏହି ଟ୍ରେନ୍ ଚାଲିବା ଦ୍ୱାରା ବିଶେଷ କରି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାର ଲୋକମାନେ ଉପକୃତ ହେବେ ବୋଲି ଚର୍ଚ୍ଚା ହେଉଛି ହେଲେ ବିଡ଼ମ୍ବନାର ବିଷୟ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟରେ ରହଣି ନଥିବା ବିଜ୍ଞପ୍ତି ପରେ ସ୍ଥାନୀୟ ଓକିଲ ସଂଘ, ବୁଦ୍ଧିଜୀବୀ, ସମୂହ କାଉନସିଲର ମାନେ ରେଳ ବିଭାଗ ସହ ରେଳମନ୍ତ୍ରୀ ଓ ସାଂସଦ ବରଗଡ଼ ଓ କଳାହାଣ୍ଡିଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହାର ବିଚାର ନକଲେ ସମୂହ ନୂଆପଡ଼ା ବାସୀ ଦଳବଳ ନିର୍ବିଶେଷରେ ସମସ୍ତେ ଏକ ହୋଇ ରେଳ ରୋକ୍ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏ ବାବଦରେ ଆମେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କୁ ପଚାରିବାରୁ ମୁଁ ଏ ବାବଦ ରେ ଅବଗତ ଅଛି ଓ ପ୍ରଧାନମନ୍ତ୍ରୀଙ୍କ ସହ ରେଳମନ୍ତ୍ରୀଙ୍କୁ ଜଣାଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.