Latest Odisha News

BREAKING NEWS

ରାଉଡି ଲୁକ୍‌ରେ ନଜର ଆସିବେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମାକୁଇନ ରାକ୍ଷୀ ସାୱନ୍ତ  । ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ କ୍ୟାରିୟର ଉପରେ କରିଛନ୍ତି ଫୋକସ୍‌  ।

ରାଖୀ ସାୱନ୍ତ ନିଜର ଅଭିନୟ ଯାଦୁ ଏବଂ କଳା ସମସ୍ତଙ୍କୁ ଶିଖାଇବା ପାଇଁ ଦୁବାଇରେ ଆକ୍ଟିଂ ଏକାଡେମୀ ଖୋଲିଥିଲେ । ଏବେ ବର୍ତ୍ତମାନ ତାଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ସେ ନିଜେ ମୁଖ୍ୟ ନାୟିକା ଭାବେ ଅଭିନୟ କରିବେ । ତାଙ୍କୁ ଏହି ଫିଲ୍ମରେ ଏକ ମହିଳା ପୋଲିସ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ରାକ୍ଷୀଙ୍କ ଭାଇ ରାକେଶ ସାୱନ୍ତ ପ୍ରକାଶ କରିଛନ୍ତି।

ତେବେ ରାକ୍ଷୀ ସାୱନ୍ତଙ୍କ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମର ଟାଇଟଲ ମଧ୍ୟ ରାକେଶ ଘୋଷଣା କରିଛନ୍ତି। ଏହି ଫିଲ୍ମର ନାମ ହେବ ‘ରାଉଡୀ ରାକ୍ଷୀ’। ଏଥିରେ ଅଭିନେତ୍ରୀ ପୋଲିସର ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର ରାକେଶ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ରାକ୍ଷୀ ଦୁବାଇରେ ନିଜର ଅଭିନୟ ଏବଂ ନୃତ୍ୟ ଏକାଡେମୀ ଖୋଲିବା ସହ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରୁଛନ୍ତି ।

ସ୍ବାମୀ ଆଦିଲ ଖାନଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ରାକ୍ଷୀ ସାୱନ୍ତ । ଆଦିଲ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ରାକ୍ଷୀ। ଏହାପରେ ପୋଲିସ ଆଦିଲଙ୍କୁ ଗିରଫ କରିଥିଲା। ଏବେ ଆଦିଲ ଜେଲରେ ଅଛନ୍ତି।

 

 

Leave A Reply

Your email address will not be published.