Latest Odisha News

BREAKING NEWS

ମୁଣ୍ଡ ବିହୀନ କୁକୁର; ଯିଏ ଦେଖୁଚି ସେ ଆଶ୍ଚର୍ଯ୍ୟ

ଜିକାଲି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ସେ ଭିଡିଓ ହେଉ କି ଫଟୋ କିନ୍ତୁ ବେଳେବେଳେ ଏମିତି କିଛି ଜିନିଷ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଫଟୋ ଦେଖାଇବାକୁ ଯାଉଛୁ, ଯାହା ଆପଣଙ୍କୁ ଏକଦମ୍‌ ଆଶ୍ଚର୍ଯ୍ୟ କରିଦେବ।

ଏବେ ଇଣ୍ଟରନେଟରେ ଏମିତି ଏକ କୁକୁରର ଫଟୋ ଭାଇରାଲ ହେଉଛି ଯାହା ଆପଣଙ୍କୁ କଗଛି ସମୟ ପାଇଁ ସ୍ତବ୍ଧ କରିଦେବ । ଫଟୋଟି ହେଉଛି ଏକ ମୁଣ୍ଡ ବିହୀନ କୁକୁରର । କିନ୍ତୁ ଏହି ଫଟୋ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇ ପାରେ ।ପ୍ରଥମେ ଦେଖିଲେ ଆପଣ ଭାବିବେ ଯେ ମୁଣ୍ଡ ବିହୀନ ଏକ କୁକୁର ବସିଛି। ମୁଣ୍ଡ ଜାଗାରେ ସିଲେଇ ହୋଇଥିବାର ଦେଖି ଆପଣଙ୍କୁ ନିଶ୍ଚୟ ଦୁଃଖ ଲାଗିପାରେ। ଯେପରି ଲାଗିବ, କୁକୁରର ମୁଣ୍ଡ କାଟି କିଏ ଅଲଗା କରି ଦେଇଛି।

କିନ୍ତୁ ଏହି ଫଟୋର ରହସ୍ୟ ଏହାର ପଛପାର୍ଶ୍ୱରେ ରହିଛି, ଯାହାକୁ ଆପଣ ଟିକିଏ ଧ୍ୟାନର ସହ ଦେଖିଲେ ବୁଝିପାରିବେ। ବାସ୍ତବରେ, ଏହି ଫଟୋରେ ଏକ କୁକୁର ବସିଛି, ଯାହାର ଆଗ ଗୋଡ଼କୁ ସର୍ଜରୀ ସମୟରେ କାଟି ଅଲଗା କରାଯାଇଛି। ଯେତେବେଳେ କୁକୁରର ମାଲିକ ଏହାର ଫଟୋ ଉଠାଇବାକୁ ଚାହିଁଲେ, ତ ଏହା ଅନ୍ୟ ପାର୍ଶ୍ୱକୁ ମୁହଁ କରି ନିଜ ପିଠି କୁଣ୍ଡାଇବା ଆରମ୍ଭ କରିଦେଇଥିଲା, ଯାହାର ଫଳାଫଳ ଏହି ଫଟୋ ଏପରି ରୂପେ ସାମ୍ନାକୁ ଆସିଛି।

Leave A Reply

Your email address will not be published.