Latest Odisha News

BREAKING NEWS

ସୋସିଆଲ ମିଡିଆକୁ ଫେରିଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍‌ ବା ଶାହାରୁଖ ଖାନ ପ୍ରାୟ ଚାରି ମାସର ଦୀର୍ଘ ବିରତି ପରେ ଶେଷରେ ସୋସିଆଲ ମିଡିଆକୁ ଫେରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ଭିଡିଓ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଭିଡିଓରେ ତାଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ଶାହାରୁଖଙ୍କ ସହ ନଜର ଆସିଛନ୍ତି।

କ୍ରୁଜ୍‌ ଡ୍ରଗ୍ ମାମଲାରେ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିବା ପରେ ଶାହାରୁଖ ନିଜ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଥିଲେ। ଏହାଭିତରେ ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳିସାରିଛି। ଏହି ମାମଲା ପରେ, ପ୍ରଥମ ଥର ପାଇଁ ଶାହାରୁଖ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ପୋଷ୍ଟ କରିଛନ୍ତି। କିଙ୍ଗ ଖାନଙ୍କ ଏହି ପୋଷ୍ଟ ଭାଇରାଲ ହୋଇଛି। ଇନଷ୍ଟାଗ୍ରାମରେ କିଙ୍ଗ୍‌ ଖାନଙ୍କ ପ୍ରତ୍ୟାବର୍ତ୍ତନରେ ପ୍ରଶଂସକମାନେ  ବେଶ୍‌ ଖୁସି ଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.