ନୂଆଦିଲ୍ଲୀ : କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ବିନ୍ ବୈଷ୍ଣବଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି । ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ ସମ୍ପର୍କିତ ଏକ ଦାବି ପାତ୍ର ପ୍ରଦାନ କରିଥିଲେ । ଏହି ସାକ୍ଷାତକାର ପରେ କନ୍ଧମାଳକୁ ରେଳପଥ ନିର୍ମାଣ ନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ କନ୍ଧମାଳ ସାଂସଦ ଅଚ୍ୟୁତ୍ ସାମନ୍ତଙ୍କ ଦାବି ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଗତ ଜୁଲାଇ ୯ ତାରିଖରେ ରେଲୱେ ଷ୍ଟାଣ୍ଡିଂ କମିଟିର ଯୁଗ୍ମ ସମ୍ପାଦକ ପ୍ରସନ୍ନଜିତ ସିଂହ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସୁମିତ୍ ଶର୍ମାଙ୍କୁ ଚିଠି ଲେଖି କନ୍ଧମାଳବାସୀଙ୍କ ଦୀର୍ଘ ଦିନର ଦାବି ସଂପର୍କରେ ଅବଗତ କରାଇଥିଲେ । ଖୁବଶୀଘ୍ର କନ୍ଧମାଳକୁ ରେଳପଥ ସଂଯୋଗ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଆଶା ପ୍ରକାଶ କରିଛନ୍ତି ସାଂସଦ ଅଚ୍ୟୁତ୍ ସାମନ୍ତ ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.