ଭୁବନେଶ୍ୱର: କିଛି ଦିନ ତଳେ ଚନ୍ଦକା ନିକଟବର୍ତ୍ତୀ ଭଗତୀପୁର ଓ ଗିରିଙ୍ଗ ପୁଟ୍ଟ ଗ୍ରାମ ପରିଦର୍ଶନରେ ଯାଇ ସେଠାରେ ସାଧାରଣ ଚାଷୀଙ୍କ ଜମି ହଡପ ହୋଇଥିବା ଅଭିଯୋଗ ଆଣିଥିଲେ ସାଂସଦ ଅପରାଜିତା । ଏହି ଗରିବ ଚାଷୀଙ୍କ ଜମକୁ ହଡପ କରି ତାରବାଡ ବୁଲାଇ ରାସ୍ତା ଅବରୋଧ କରିବା ସହ ଜଳସେଚନ ପାଇଁ ଉଦ୍ଦିଷ୍ଟ ଡେରାସ କେନାଲକୁ ନିର୍ଦ୍ଦିଷ୍ଟ ଜାଗାରେ ପୋତିଦେଇଛନ୍ତି ଜମି ହଡପକାରୀ । ଏହା ଫଳରେ ଡେରାସ ଡ୍ୟାମରୁ ଏହି କେନାଲ ମାଧ୍ୟମରେ ଚାଷୀ ମାନଙ୍କର ଚାଷ ଜମି ଜଳସେଚିତ ହୋଇ ପାରୁ ନ ଥିଲା ଏବଂ ୩୦୦ ଏକର ପରିମିତ ଜମିରେ ୨ ବର୍ଷ ହେବ ଫସଲ ହେIଇପାରୁ ନ ଥିଲା । ଆଜି ଏହି ସମସ୍ୟାର ସମାଧାନ କିରବା ପାଇଁ ନିଜେ ଅଣ୍ଟା ଭିଡିଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ସାସଂଦ ଅପରାଜିତା ।
ଆଜି ନିଜ ସମର୍ଥକ ଏବଂ ସରକାରୀ ଅଧିକାରୀଙ୍କ ଗହଣରେ ଘଟଣାସ୍ଥଳକୁ ଯାଇଥିଲେ । ସ୍ଥାନୀୟ ଚାଷୀଙ୍କ ଉପସ୍ଥିତିରେ ଘଟଣାସ୍ଥଳ ବୁଲି ଦେଖିଥିଲେ । ଏପରିକି ଲୋକଙ୍କ ସହ ମିଶି ଜବର ଦଖଲରେ ଥିବା ଜାଗା ଖୋଳି କେନାଲକୁ ବାଟ ସଫା କରିଛନ୍ତି ସାସଂଦ ।
ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ଜଣେ ପ୍ରଭାବଶାଳୀ ତାମିଲ ମହିଳା ଏହି ଜମିକୁ ଜବରଦଖଲ କରିଥିଲେ । ଏପରିକି ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କ ସହଯୋଗରେ ଏସବୁ ଜବରଦଖଲ କରାଯାଇଛି ବୋଲି କହିଥିଲେ ସ୍ଥାନୀୟ ଲୋକେ । ତେଣୁ ସାଂସଦଙ୍କ ଉପସ୍ଥିତିରେ ଏହି ରାସ୍ତା ଖୋଳି ଥିଲେ ଲୋକେ ।
ସାଂସଦ କହିଛନ୍ତି, ରାଜ୍ୟ ସରକାରଙ୍କ ମିଲିଭଗତରେ କେନାଲ ଅବରୋଧ ହୋଇଛି । ତ୍ରିବେଣୀ ଗ୍ରୁପ ସଂସ୍ଥାର କିରୁଥିକା ପ୍ରଭାକରନ ନାମକ ଜଣେ ବ୍ୟବସାୟୀ ଜଣେ ସରକାରୀ କର୍ମଚାରୀଙ୍କ ମିଲିଭଗତରେ ଏପରି ଅବରୋଧ କରିଛନ୍ତି। ନାଁ ନ ନେଇ ୫ଟି ସଚିବ ପାଣ୍ଡିଆାନଙ୍କୁ ସମାଲୋଚନା କରି କହିଛନ୍ତି, ସଂପୃକ୍ତ ସରକାରୀ କର୍ମଚାରୀ ଏବେ ରାଜ୍ୟ ଶାସନକୁ ହାଇଜାକ୍ କରିଛନ୍ତି । କେନାଲରୁ ଅବରୋଧ ହଟାଇବାକୁ ରାଜ୍ୟ ସରକାରଙ୍କୁ ୩ ଦିନ ସମୟ ଦେଇଛନ୍ତି ସାଂସଦ । ଯଦି ୩ ଦିନ ଭିତରେ ହଟା ନଯାଏ ଏବଂ ୩୦୦ ଏକର ଜମିକୁ ଜଳ ଯୋଗା ନଯାଏ ତେବେ ସମସ୍ତେ ମିଶି ଆମେ ଏହାକୁ ଖୋଳିଦେବୁ ବୋଲି ଚେତାବନୀ ଦେଇଥିଲେ ସାଂସଦ । ଯେ ପର୍ଯ୍ୟନ୍ତ ଚାଷୀ ପାଣି ନ ପାଇଛନ୍ତି ସେ ପର୍ଯ୍ୟନ୍ତ ଆମେ ଲଢିବୁ ବୋଲି ଚେତାବନୀ ଦେଇଛନ୍ତି ସାସଂଦ ।
Comments are closed.