Latest Odisha News

BREAKING NEWS

ପାଖେଇ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ: ଆଜି ସ୍ଥିର ହେବ ଲଗ୍ନ

ସମ୍ବଲପୁର: ଆଉ ଦିନ କେଇଟା ପରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ  । ଏଥିଲାଗି ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ଆଜି ଏଥିଲାଗି  ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯିବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଚଳିତ ରାଶି ନକ୍ଷତ୍ର ଅନୁସାରେ ଲଗ୍ନ ସ୍ଥିରିକୃତ କରାଯିବ । ଅପରାହ୍ନ ୪ଟା ୩୦ରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯିବା ନେଇ ସୂଚନା  ରହିଛି  ।

ଲଗ୍ନ ସ୍ଥିର କରାଯିବା ପରେ, ସେହି ଲଗ୍ନ ଓ ନିର୍ଦ୍ଧିଷ୍ଟ ସମୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହାପରେ ପଶ୍ଚିମ ଓଡିଶାର ଘରେ ଘରେ ନୂଆଖାଇ ପାଳନ କରାଯିବ । ମାଆ ସମଲେଶ୍ବରୀଙ୍କ ନିକଟରେ ପ୍ରଥମେ ଚୁଡା,ଖିରୀ ଓ ପିଠା ପ୍ରସ୍ତୁତ କରାଯାଇ ସାରୁ ପତ୍ରରେ ଲାଗି କରାଯିବ । ଏହାପରେ, ମନ୍ଦିର ବେଢା ପରିସରରେ ଥିବା ୧୧୭ ଦେବାଦେବୀଙ୍କୁ ନବାନ୍ନ ଲାଗି କରାଯିବ । ନୂଆଖାଇ ପରେ ଜୁହାର ଭେଟ ଓ ପରେ ଭେଟଘାଟ୍ ପର୍ବ ପାଳନ କରାଯାଇଥାଏ ।

 

Leave A Reply

Your email address will not be published.